ଓ୍ବାଶିଂଟନ,୧୪।୨ : ମୂଳ ଭାରତୀୟ ବିବେକ ରାମସ୍ବାମୀ ୨୦୨୪ ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରୁଛନ୍ତି। ଯଦି ବିବେକ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷିତ ହୁଅନ୍ତି ତେବେ ଭାରତୀୟ ମୂଳରୁ ଦୁଇଜଣ ବ୍ୟକ୍ତି ଏହି ଦୌଡ଼ରେ ସାମିଲ ହେବେ। ୨୦୨୪ ମସିହାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତୀୟ ମୂଳ ନିକ୍କି ହାଲି ମଧ୍ୟ ଘୋଷଣା କରିଛନ୍ତି। ସେ ବୁଧବାର ଠାରୁ ମଧ୍ୟ ତାଙ୍କର ଅଭିଯାନ ଆରମ୍ଭ କରିବେ।
ବିବେକ ଜଣେ କୋଟିପତି ବ୍ୟବସାୟୀ ଏବଂ ବର୍ତ୍ତମାନ ସେ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ନେଇ ଚର୍ଚ୍ଚା ହେବା ଆରମ୍ଭ କରିଛି। ଆମେରିକାର ଆୟୋୱା ରାଜ୍ୟରେ ସେ ଏହି ବିଷୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବେ। ସେ କହିଛନ୍ତି ଯେ ଏହା ବିଷୟରେ ମୁଁ ଗମ୍ଭୀର ଭାବରେ ଚିନ୍ତା କରୁଛି। ବିବେକଙ୍କ ପିତା ଜଣେ ଜେନେରାଲ ଇଲେକ୍ଟ୍ରିକ ଇଞ୍ଜିନିୟର ଥିଲେ ଏବଂ ସେ ଭାରତରୁ ଆମେରିକା ଆସିଥିଲେ। ତାଙ୍କ ମା ଜଣେ ମାନସିକ ରୋଗ ବିଶେଷଜ୍ଞ ଥିଲେ। ବିବେକ ଆମେରିକାର ସିନସିନାଟିରେ ଜନ୍ମଗ୍ରହଣ କରିଥିଲେ। ହାର୍ଭାର୍ଡ ଏବଂ ୟେଲ ବିଶ୍ୱବିଦ୍ୟାଳୟ ଅଧ୍ୟୟନ କରିଥିବା ବିବେକଙ୍କ ସମ୍ପତ୍ତି ପରିମାଣ ପାଖାପାଖି ୫୦୦ ମିଲିୟନ ଡଲାର। ବିବେକ ଏକ ବାୟୋଟେକ କମ୍ପାନୀର ମାଲିକ।