ଜାତି ଆଧାରିତ ଭେଦଭାବ ଆଇନକୁ ବିରୋଧ କଲେ ମୂଳ ଭାରତୀୟ…

ଓ୍ବାଶିଂଟନ,୬।୪ : ବହୁ ସଂଖ୍ୟାରେ ମୂଳ ଭାରତୀୟ-ଆମେରିକୀୟମାନେ ଜାତି ଭିତ୍ତିକ ଭେଦଭାବ ଆଇନ ବିରୋଧରେ କାଲିଫର୍ନିଆରେ ଏକ ଶାନ୍ତିପୂର୍ଣ୍ଣ ରାଲି କରିଛନ୍ତି। ରାଜ୍ୟ ସିନେଟରେ ଜାତି ଭିତ୍ତିକ ଭେଦଭାବକୁ ସ୍ପଷ୍ଟ ଭାବେ ନିଷିଦ୍ଧ କରିବାକୁ ଏକ ବିଲ ଆଗତ କରି ଏକ ଡେମୋକ୍ରାଟିକ ସିନେଟରଙ୍କ ବିରୋଧରେ ସେମାନେ ନିଜର ବିରୋଧ ପ୍ରଦର୍ଶନ କରି ସେମାନେ ରାଲି କରିଥିଲେ।

ମାର୍ଚ୍ଚ ୨୨ ରେ ଆମେରିକା ସିନେଟରେ ନିର୍ବାଚିତ ହୋଇଥିବା ପ୍ରଥମ ମୁସଲମାନ ଏବଂ ଆଫଗାନିସ୍ତାନ ଆମେରିକୀୟ ଆୟଶା ୱାହାବଙ୍କ ଦ୍ୱାରା ଏହି ବିଲ ଆଗତ କରାଯାଇଥିଲା। ଯଦି ଏହି ବିଲ ପାରିତ ହୁଏ, ତେବେ ଆମେରିକାର ଜନବହୁଳ ରାଜ୍ୟ କାଲିଫର୍ନିଆ ମଧ୍ୟ ଜାତି ଭିତ୍ତିକ କୁସଂସ୍କାର ଦୂର କରିବାରେ ଦେଶରେ ପ୍ରଥମ ରାଜ୍ୟ ହୋଇପାରେ।

ଏହି ବିଲ ଉପସ୍ଥାପନ କରିବା ପରେ ୱାହାବ କହିଛନ୍ତି ଯେ ଏହି ଐତିହାସିକ ବିଲ ଶ୍ରମିକଙ୍କ ଅଧିକାର, ମହିଳାଙ୍କ ଅଧିକାର, ସମଲିଙ୍ଗୀ ଅଧିକାର ଏବଂ ନାଗରିକ ଅଧିକାର ବିଷୟରେ ଆଲୋଚନା କରୁଛି। ଅନେକ ସଂଗଠନ ଏବଂ ପ୍ରଭାବଶାଳୀ ବ୍ୟକ୍ତି ଏହି ବିଲକୁ ପ୍ରଶଂସା କରିଛନ୍ତି, କିନ୍ତୁ ଅନେକ ମୂଳ ଭାରତୀୟ-ଆମେରିକୀୟ ଲୋକ ଭୟ କରୁଛନ୍ତି ଯେ ସରକାରୀ ନୀତିରେ ଜାତିର ସଂକେତ ଦେବା ଦ୍ୱାରା ଆମେରିକାରେ ହିନ୍ଦୁଫୋବିୟାର ନକାରାତ୍ମକ ଧାରଣା ଏବଂ ଅସହିଷ୍ଣୁତା ଘଟଣା ଘଟିବ।

Share