କଟକ,୧୭ା୮ (କାର୍ତ୍ତିକ ସାହୁ)ପୁରୀ ଶ୍ରୀମନ୍ଦିରରେ ନାଟମଣ୍ଡପ ଓ ଜଗମୋହନ ବିପଜ୍ଜନକ ସ୍ଥିତିରେ ରହିଛି। କୌଣସି ମୁହୂର୍ତ୍ତରେ ଅଘଟଣ ଘଟିପାରେ। ତେଣୁ ଶ୍ରୀମନ୍ଦିର ନିରାପତ୍ତା ଦୃଷ୍ଟିରୁ ନାଟମଣ୍ଡପ ଭିତରେ ଫାଟିଥିବା ବିମ୍ ଏବଂ ଜଗମୋହନର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରାଯିବା ନିମନ୍ତେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଆମିକସ୍ କ୍ୟୁରି ଇଞ୍ଜିନିୟର ଏନ୍. କେ. ମହାନ୍ତି। ଏଥିସହ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ମାସେ କିମ୍ବା ୨ ମାସ ମଧ୍ୟରେ ହାଇକୋର୍ଟଙ୍କୁ ନିୟମିତ ଭାବେ ମରାମତି କାର୍ଯ୍ୟ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଅବଗତ କରୁ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସୂଚନା ଅନୁସାରେ, ଆମିକସ୍ କ୍ୟୁରି ଶ୍ରୀମନ୍ଦିର ପରିଦର୍ଶନ କରି ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ଆବଶ୍ୟକତା ସମ୍ପର୍କରେ ଏଏସ୍ଆଇ ଅଧିକାରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଥିବା ରିପୋର୍ଟରେ ଦର୍ଶାଇଛନ୍ତି। ପ୍ରଥମେ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଫାଟିଥିବା ବିମ୍ର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଜରୁରୀ ହୋଇଛି। ଏ ବାବଦରେ ଗତ ଜୁନ୍ ୨୨ ତାରିଖରେ ଆମିକସ୍ କ୍ୟୁରି ନୂଆଦିଲ୍ଲୀଠାରେ ଏଏସ୍ଆଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ୨୦୧୮ରୁ ହୋଇ ନ ଥିବା ନାଟମଣ୍ଡପର ମରାମତି କାର୍ଯ୍ୟକୁ ଗୁରୁତର ସହ ନେବା ପାଇଁ ସେ ଦର୍ଶାଇଥିଲେ। ସେହିପରି ନାଟମଣ୍ଡପ ଭିତରେ ଫାଟିଥିବା ବିମ୍ ମରାମତି ପ୍ରସଙ୍ଗକୁ ନେଇ ଆମିକସ୍ କ୍ୟୁରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ଗତ ୧୧ ତାରିଖରେ ଅଗ୍ରାଧିକାର ଭିତ୍ତିରେ ଏହାର ମରାମତି କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟ ପ୍ରଶାସକ ଆସନ୍ତା ୨୧ ତାରିଖରେ ଏଏସ୍ଆଇ ଅଧିକାରୀଙ୍କ ସହ ଏକ ବୈଠକ କରି ଏ ବାବଦରେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗତ ଜୁନ୍ ୨୨ ତାରିଖରେ ପୂର୍ତ୍ତ ଓ ଗୃହ ବିଭାଗ ଇଞ୍ଜିନିୟର ଇନ୍ ଚିଫ୍ ଡ. ଏନ୍. ସି. ପାଲଙ୍କ ସମେତ ଅନ୍ୟ ବିଶେଷଜ୍ଞମାନଙ୍କ ସହ ମଧ୍ୟ ଏହି ଫଟା ବିମ୍ ବାବଦରେ ଆମିକସ୍ କ୍ୟୁରି ଆଲୋଚନା କରିଛନ୍ତି। ଏହି ବିମ୍ ମରାମତି କାର୍ଯ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବିଶେଷଜ୍ଞମାନେ ହୃଦ୍ବୋଧ କରିଛନ୍ତି। ନାଟମଣ୍ଡପର ଏହି ବିମ୍ କୌଣସି ମୁହୂର୍ତ୍ତରେ ଭାଙ୍ଗି ଖସିପଡ଼ିବାର ଆଶଙ୍କା ରହିଛି। ଏହି ବିମ୍ ଉଭୟ ପାର୍ଶ୍ୱରେ ଏକ କାଣ୍ଟିଲିଭର ଭଳି ଧରିରଖିଛି। ତେଣୁ ଏହାର ମରାମତି ସମ୍ପର୍କିତ କାର୍ଯ୍ୟକୁ ଏଏସ୍ଆଇ ଅଧିକାରୀମାନେ ପ୍ରାଥମିକତା ଦେବା ସହ ନିୟମିତ ଭାବେ ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ଆମିକସ୍ କ୍ୟୁରୀ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏଥିସହ ଛାତ ଉପର ଡ୍ରେନେଜ୍ ବ୍ୟବସ୍ଥା ଓ ପାଣି ଗଳିବାକୁ ରୋକିବା ପାଇଁ ଆବଶ୍ୟକ କାର୍ଯ୍ୟ ଶେଷ ହୋଇଛି ଏବଂ ବାକି କାର୍ଯ୍ୟ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଏଏସ୍ଆଇ ଦ୍ୱାରା ଶେଷ କରାଯିବ।
ଦ୍ୱିତୀୟରେ ଜଗମୋହନର ବାହାର ପିଢ଼ାସ୍ତର ବହୁତ ଚାପରେ ଅଛି। ଏହାର ପ୍ରଥମ ଓ ଦ୍ୱିତୀୟ ପିଢ଼ାସ୍ତର ଦୁର୍ବଳ ଥିବା ନେଇ ୨୦୨୨ ସେପ୍ଟେମ୍ବର ୧୭ରେ ପରିଦର୍ଶନ ପରେ ଆମିକସ୍ କ୍ୟୁରି ଚିହ୍ନଟ କରିଥିଲେ। ଏଥିରେ ଫାଟ ସୃଷ୍ଟି ହେବା ସହ ପଥର ଯୋଡ଼ାରେ ଥିବା ଚୂନ ପ୍ଲାଷ୍ଟର ଦୁର୍ବଳ ହୋଇଛି। ସେଥିରେ ଲଗାଯାଇଥିବା ଲୁହା କ୍ଲାମ୍ପ ନଷ୍ଟ ହେଲାଣି। ଜଗମୋହନ ପୂର୍ବ ଏବଂ ଦକ୍ଷିଣ-ପୂର୍ବ କୋଣରେ ଥିବା ଏହି ନଷ୍ଟ ଅଂଶ ନାଟମଣ୍ଡପ ଛାତରୁ ଦୃଶ୍ୟମାନ ହେଉଛି। ସୂଚନାଯୋଗ୍ୟ, ଏଏସ୍ଆଇ କୋର୍ କମିଟି ୨୦୧୭ରେ ଜଗମୋହନର ବାହାର ପ୍ଲାଷ୍ଟର ଛଡ଼ାଇବା ସହ ବାହାର ପାର୍ଶ୍ୱ ଗଡ଼ାଣିଆ ଛାତର ସଂରକ୍ଷଣ କାର୍ଯ୍ୟ କରିବାକୁ ପୁରୀରେ କାର୍ଯ୍ୟରତ ଏଏସ୍ଆଇ ଟିମ୍କୁ ପରାମର୍ଶ ଦେଇଥିଲେ। ସେହିପରି ଦୁର୍ବଳ ଚୂନ ପ୍ଲାଷ୍ଟର ଭିତରେ ଥିବା ପଥରଗୁଡ଼ିକର ସ୍ଥିତି ପରଖିବା ପାଇଁ ମଧ୍ୟ ଏଏସ୍ଆଇ ଟିମ୍ ପରାମର୍ଶ ଦେଇଥିଲେ। ଏ ବାବଦରେ ବହୁ କୋର୍ କମିଟି ବୈଠକରେ ଆଲୋଚନା ହୋଇଛି। ମାତ୍ର ଏଏସ୍ଆଇ କାର୍ଯ୍ୟ ଆରମ୍ଭ କରି ଯେତିକି ଗୁରୁତର ସହ କରିବା କଥା ତାହା କରୁ ନାହିଁ। ହାଇକୋର୍ଟରେ ଆବେଦନକାରୀ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆଲୋକ ମହାପାତ୍ରଙ୍କ କହିବାନୁସାରେ, ଏଏସ୍ଆଇ ହାଇକୋର୍ଟଙ୍କୁ ଭୁଲ୍ ତଥ୍ୟ ପ୍ରଦାନ କରିଆସୁଛନ୍ତି। ପୂର୍ବରୁ ନାଟମଣ୍ଡପ ଓ ଜଗମୋହନ କାର୍ଯ୍ୟ ଶେଷ ହୋଇଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିବାବେଳେ ଏବେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ପରେ ଏଏସ୍ଆଇ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଆମେ ମିସ୍ କେସ୍ ଫାଇଲ୍ କରିବୁ ବୋଲି ସେ କହିଛନ୍ତି।

ଚୋରି ମାଲ ବୋଝେଇ ଟ୍ରକ ଉଦ୍ଧାର; ଡ୍ରାଇଭର-ହେଲପରଙ୍କ ପତ୍ତା ମିଳୁନି, ବଢ଼ୁଛି ସନ୍ଦେହ
ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ରାତିରେ ଚୋରି ହୋଇଯାଇଥିବା ଏକ ଟ୍ରକକୁ ଉଦ୍ଧାର କରିଛି। କିନ୍ତୁ ଗାଡ଼ିର ଡ୍ରାଇଭର ଏବଂ ହେଲପରଙ୍କ ପତ୍ତା...

ପୁଣି ଗାଡ଼ି ଧକ୍କାରେ ଭାଙ୍ଗିଲା ରେଳଫାଟକ
ନିରାକାରପୁର, ୨୦।୪(ମାନସ ଚନ୍ଦ୍ର ପଟ୍ଟନାୟକ): ପିକଅପ୍ ଭ୍ୟାନ ଧକ୍କାରେ ପୁଣି ରେଳ ଫାଟକ ଭାଙ୍ଗଛି। ରବିବାର ସାଂ ପ୍ରାୟ ସାଢେ ୭ଟା ରେ ଖୋର୍ଦ୍ଧା ଜିଲା...

ଭାଜପାର ସକ୍ରିୟ ସଦସ୍ଯ ସମ୍ମିଳନୀ, ଆୟୁଷ୍ମାନ କାର୍ଡ ବଣ୍ଟନ: ଯୋଗ ଦେଲେ ସାଂସଦ
ଜି. ଉଦୟଗିରି,୨୦।୪(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରି ଏନଏସି କଲ୍ଯାଣ ମଣ୍ଡପରେ ଭାଜପା ତରଫରୁ ବିଧାନ ସଭା ମଣ୍ତଳୀ ସ୍ତରୀୟ ସକ୍ରିୟ ସଦସ୍ଯ ସମ୍ମିଳନୀ...

ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ
ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ...

ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ
ତୁମୁଡିବନ୍ଧ,୨୦।୪(ଦୀପକ କୁମାର ପରାସେଠ)-କନ୍ଧମାଳ ଜଲା ତୁମୁଡିବନ୍ଧ ପୋଲିସ ୫ ଜଣିଆ ଶସସ୍ତ୍ର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ରାୟଫୁଲସ ବନ୍ଧୁକ, ଗୋଟିଏ...

୭-ଦଫା ଦାବି କରି ଗଣ ଇସ୍ତଫା ଦେବାକୁ ଧମକ ଦେଲେ ଓଡ଼ିଶା ଡାକ୍ତର ସଂଘ
ଭୁବନେଶ୍ୱର, ୨୦।୪: ଓଡ଼ିଶା ମେଡିକାଲ ଆସୋସିଏସନ (ଓଏମଏସଏ) ରାଜ୍ୟ ସରକାରଙ୍କୁ ଏକ ମାସ ମଧ୍ୟରେ ସାତ-ଦଫା ଦାବିପତ୍ର ପୂରଣ ନକଲେ କାର୍ଯ୍ୟ ବର୍ଜନ ଏବଂ ଗଣ...

ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ
ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ...

ରାସ୍ତାରେ ଚାଲି ଚାଲି ଯାଉଥିଲେ, ଧକ୍କା ଦେଲା ପର୍ଯ୍ୟଟକ ବସ୍
ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରରୁପର୍ଯ୍ୟଟକଙ୍କୁ ନେଇ ରବିବାର ଉତ୍ତର ଭାରତ ଅଭିମୁଖେ ଯାଉଥିବା ଏକ ବସ୍ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ...