କିଭ୍,୨୦ା୪: ରୁଷିଆ ଆକ୍ରମଣ ପରେ ନାଟୋ ସେକ୍ରେଟାରୀ ଜେନେରାଲ ଜେନ୍ସ ଷ୍ଟୋଲଟେନ୍ବର୍ଗ ପ୍ରଥମ ଥର ପାଇଁ ୟୁକ୍ରେନରେ ପହଞ୍ଚିଛନ୍ତି। ଗୁରୁବାର ଏନେଇ ନାଟୋର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ନାମ ଗୋପନ ରଖି ଏହି ଅଧିକାରୀ ଜଣକ କହିଛନ୍ତି, ନାଟୋ ସେକ୍ରେଟେରୀ ଜେନେରାଲ ୟୁକ୍ରେନରେ ଅଛନ୍ତି। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଷ୍ଟୋଲଟେନ୍ବର୍ଗ ୟୁକ୍ରେନ ଯାଇଥିଲେ, କିନ୍ତୁ ଯୁଦ୍ଧ ପରଠାରୁ ଏହା ତାଙ୍କର ପ୍ରଥମ ଗସ୍ତ। ତାଙ୍କର ଏହି ଗସ୍ତ ୟୁକ୍ରେନର ସ୍ବାଧୀନତା ରକ୍ଷା ପାଇଁ ନାଟୋର ଦୀର୍ଘଦିନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।