ସ୍ବିଡେନରେ କୁରାନ ଜଳେଇବା ଘଟଣାରେ ପ୍ରତିକ୍ରିୟା ରଖିଲା ନାଟୋ

ସ୍ଟକ୍‌ହୋଲ୍‌ମ,୧।୭:ସ୍ବିଡେନର ଜଣେ ବ୍ୟକ୍ତି ଏକ ମସଜିଦ ବାହାରେ କୁରାନ ଜାଳି ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ଘଟଣାକୁ କେହି କେହି ବିରୋଧ କରୁଥିବାବେଳେ କେହି ଏହାକୁି ବ୍ୟକ୍ତିଙ୍କୁ ସମର୍ଥନ କରୁଥିଲେ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ନାଟୋର ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, କୁରାନ ଜଳିବା ଅପମାନଜନକ କିନ୍ତୁ ଏହା ବେଆଇନ ନୁହେଁ। ଉକ୍ତ ବ୍ୟକ୍ତି ସରକାରଙ୍କଠାରୁ ଅନୁମତି ନେଇଛନ୍ତି। ଅଭିବ୍ୟକ୍ତିର ସ୍ବାଧୀନତାକୁ ଦର୍ଶାଇ ସ୍ବିିଡେନ ସରକାର ଏହି ବିରୋଧ ପ୍ରଦର୍ଶନ ପାଇଁ ଅନୁମତି ଦେଇଛନ୍ତି।

ଏଥିସହ ସ୍ବିଡେନକୁ ନାଟୋରେ ସାମିଲ କରିବା ପାଇଁ ସେ ଆଗ୍ରାହ୍ୟ ପ୍ରକାଶ କରିଛନ୍ତି। ଏଠାରେ କହି ରଖୁଛୁ କି, ଆମେରିକା ଏବଂ ତୁର୍କୀ ଏହି ଘଟଣାକୁ ତୀବ୍ର୍ର ନିନ୍ଦା କରିଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଡାନ କହିଛନ୍ତି, ଅଭିବ୍ୟକ୍ତିର ସ୍ବାଧୀନତା ନାମରେ କେହି ଇସଲାମ ବିରୋଧୀ ପ୍ରଦର୍ଶନ କରିପାରିବେ ନାହିଁ। ଆମେ ଏହାକୁ ଗ୍ରହଣ କରିବୁ ନାହିଁ। ଯଦି କୌଣସି ଦେଶ ନାଟୋରେ ଯୋଗ ଦେବାକୁ ଚାହାନ୍ତି ତେବେ ଇସଲାମୋଫୋବିୟାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, ସ୍ବିିଡେନର ଇଦ୍‌ ଅବସରରେ ବୁଧବାର ଜଣେ ବ୍ୟକ୍ତି ଷ୍ଟକହୋମର ଏକ ମସଜିଦ ବାହାରେ କୁରାନ ଜାଳିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଲା ସେଠାରେ ଥିବା ସରକାର ତାଙ୍କୁ ଏଥିପାଇଁ ଅନୁମତି ଦେଇଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଭିବ୍ୟକ୍ତିର ସ୍ବାଧୀନତା ଅନୁଯାୟୀ ତାଙ୍କୁ ଗୋଟିଏ ଦିନ ବିରୋଧ ପ୍ରଦର୍ଶନ ପାଇଁ ି ଅନୁମତି ଦିଆଯାଇଥିଲା।

Share