ପୁଟିନଙ୍କ ନ୍ୟୁକ୍ଲିୟ ଫୋର୍ସ ଆଲର୍ଟ ରଖିବା ନିର୍ଦ୍ଦେଶକୁ ଅଯୌକ୍ତିକ କହିଲା ନାଟୋ

ନୂଆଦିଲ୍ଲୀ,୨୮ ।୨: ରୁଷିଆ ଦ୍ୱାରା ୟୁକ୍ରେନ୍ ଉପରେ ହୋଇଥିବା ଆକ୍ରମଣରେ ଏବେ ଶହ ଶହ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏବେ ଏହି ଆକ୍ରମଣ ଭୟଙ୍କର ପରିସ୍ଥିତିରେ ପହଞ୍ଚି ସାରିଲାଣି । ୟୁକ୍ରେନ ରାସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା ରୁଷିଆ ମିଡିଆ ପ୍ରକାଶ କରିଥିବା ବେଳେ ଏବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନ୍ୟୁକ୍ଲିୟର ଫୋର୍ସଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ପୁଟିନଙ୍କ ଏହି ନିର୍ଦ୍ଦେଶକୁ ନେଇ ସାରା ବିଶ୍ୱ ଚିନ୍ତିତ ହୋଇପଡିଛି । ଆମେରିକା ସମେତ ନାଟୋ ଦେଶ ପୁଟିନଙ୍କ ଏହି ନିଷ୍ପତ୍ତିକୁ ଭୟଙ୍କର ବୋଲି କହିଛନ୍ତି । ହ୍ୱାଇଟ ହାଉସର ପ୍ରବକ୍ତା ତାଙ୍କ ବୟାନରେ କହିଛନ୍ତି ପୁଟିନ ତାଙ୍କ ପଟରୁ ଭୟଙ୍କର ସ୍ଥିତି ସୃଷ୍ଟି କରୁଛନ୍ତି ।

Share