ୟୁକ୍ରେନ ପାଇଁ ସାମରିକ ସମର୍ଥନ ବୃଦ୍ଧି ନେଇ ଦକ୍ଷିଣ କୋରିଆକୁ ଅନୁରୋଧ କଲେ ନାଟୋ ମୁଖ୍ୟ

ସିଓଲ,୩୦ା୧: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରେ ନାଟୋ ଅସ୍ତ୍ରଶସ୍ତ୍ର ପଠାଇବା ସହିତ କିଭ୍‌କୁ ଅନେକ ଉପାୟରେ ସାହାଯ୍ୟ କରିଛି। ବର୍ତ୍ତମାନ ନାଟୋର ସେକ୍ରେଟାରୀ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ ୟୁକ୍ରେନ ପାଇଁ ସାମରିକ ସମର୍ଥନ ବୃଦ୍ଧି କରିବାକୁ ଦକ୍ଷିଣ କୋରିଆକୁ ନିବେଦନ କରିଛନ୍ତି।

ଷ୍ଟୋଲଟେନ୍ବର୍ଗ ବର୍ତ୍ତମାନ ସିଓଲରେ ଅଛନ୍ତି। ତାଙ୍କ ଗସ୍ତର ମୂଳ ଉଦ୍ଦେଶ୍ୟ ହେଉଛି ୟୁକ୍ରେନରେ ଯୁଦ୍ଧ ଏବଂ ଚାଇନା ସହିତ ପ୍ରତିଦ୍ୱନ୍ଦ୍ୱିତାକୁ ଦୃଷ୍ଟିରେ ରଖି ଆମେରିକାର ସହଯୋଗୀମାନଙ୍କ ସହ ସମ୍ପର୍କକୁ ମଜବୁତ କରିବା।

ସିଓଲରେ ଥିବା ଚି ଇନଷ୍ଟିଚ୍ୟୁଟ ଫର୍‌ ଆଡଭାନ୍ସ ଷ୍ଟଡିଜର ଷ୍ଟୋଲଟେନ୍ବର୍ଗ ୟୁକ୍ରେନକୁ ସାହାଯ୍ୟ କରିଥିବାରୁ ଦକ୍ଷିଣ କୋରିଆକୁ ଧନ୍ୟବାଦ ଜଣାଇଛନ୍ତି। ଏହାକୁ ଆହୁରି ବୃଦ୍ଧି କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ସେ କହିଛନ୍ତି, ଏହି ଯୁଦ୍ଧରେ ୟୁକ୍ରେନ ଗୁଳିର ଜରୁରୀ ଆବଶ୍ୟକତା ରହିଛି। ଏଥି ସହିତ ରୁଷିଆ ଏହାର ଆକ୍ରମଣକୁ ଏକ ସ୍ବତନ୍ତ୍ର ଅପରେଶନ ବୋଲି ବର୍ଣ୍ଣନା କରୁଛି। ନାଟୋର ସେକ୍ରେଟାରୀ ଜେନେରାଲ ଆହୁରି ମଧ୍ୟ କହିଛନ୍ତି, ୟୁକ୍ରେନକୁ ସାମରିକ ସହାୟତା ପ୍ରସଙ୍ଗ ଉପରେ ଦକ୍ଷିଣ କୋରିଆକୁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।

Share