ୟୁରୋପ ଗଲା ନାଟୋ ଯୁଦ୍ଧ ବିମାନ

କ୍ୱିଭ୍‌/ବ୍ରୁସେଲ୍ସ, ୨୫।୧: ୟୁକ୍ରେନ ଉପରେ ରୁଷିଆର ଯୁଦ୍ଧ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ(ନାଟୋ)ର ସଦସ୍ୟ ଦେଶଗୁଡ଼ିକ ଏକଜୁଟ ହୋଇଛନ୍ତି। ନାଟୋ ରୁଷିଆ ଉପରେ ଚାପ ପକାଇବା ସହ ପୂର୍ବ ୟୁରୋପର ସୁରକ୍ଷା ପାଇଁ ସୋମବାର ଜେଟ୍‌, ଯୁଦ୍ଧ ବିମାନ ପଠାଇଛି। ୟୁକ୍ରେନ ସୀମାରେ ରୁଷିଆ ଲକ୍ଷାଧିକ ସୈନ୍ୟ ମୁତୟନ କରି ଯୁଦ୍ଧ ସ୍ଥିତି ଉପୁଜାଇଥିବାବେଳେ ଏହାର ବିରୋଧ କରି ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ମଧ୍ୟ ସାମରିକ ସହାୟତା ଯୋଗାଣ ଆରମ୍ଭ କରିଛନ୍ତି। ସଦସ୍ୟ ଦେଶଗୁଡ଼ିକ ନାଟୋକୁ ଅତିରିକ୍ତ ସାମରିକ ବଳ ଯୋଗାଇଦେବା ସ୍ବାଗତଯୋଗ୍ୟ। ଏହି ସଙ୍ଗଠନର ରାଷ୍ଟ୍ରଗୁଡ଼ିକୁ ସୁରକ୍ଷା ଯୋଗାଇବା ପାଇଁ ନାଟୋ ସମସ୍ତ ଆବଶ୍ୟକ ପଦକ୍ଷେପ ନେବ ବୋଲି ଏହି ପାଶ୍ଚାତ୍ୟ ମିଲିଟାରି ଆଲାଏନ୍ସର ମହାସଚିବ ଜେନ୍ସ ଷ୍ଟୋଲଟେନ୍‌ବର୍ଗ ଏକ ବିବୃତିରେ କହିଛନ୍ତି। ସେହିପରି ପୂର୍ବ ୟୁରୋପ ଏବଂ ବାଲଟିକ୍ସ ଅଞ୍ଚଳ ପାଇଁ କେତେ ହଜାର ଆମେରିକୀୟ ସୈନ୍ୟ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଚିନ୍ତା କରୁଥିବା ଜଣାଯାଇଛି।
ଯେ କୌଣସି ସମୟରେ ଆକ୍ରମଣ କରିବା ଆଶଙ୍କା ବଢ଼ୁଥିବାରୁ ୟୁକ୍ରେନ ରାଜଧାନୀ କ୍ୱିଭରେ ଥିବା ଦୂତାବାସଗୁଡ଼ିକୁ ବ୍ରିଟେନ ଏବଂ ଆମେରିକା ଖାଲି କରିବାରେ ଲାଗିଛନ୍ତି। ସେଠାରେ ଥିବା କର୍ମଚାରୀଙ୍କୁ ୟୁକ୍ରେନ ଛାଡ଼ିବାକୁ କୁହାଯାଇଛି। ଏଥିସହ କ୍ୱିଭରେ ଥିବା ଆମେରିକା ଦୂତାବାସ ପକ୍ଷରୁ ଆମେରିକୀୟ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରି ଜାରି କରାଯାଇଛି। ରୁଷିଆ ପକ୍ଷରୁ ଆକ୍ରମଣ ଆଶଙ୍କା ଏବଂ କୋଭିଡ୍‌-୧୯ ସଂକ୍ରମଣ ଦୃଷ୍ଟିରୁ ଅନାବଶ୍ୟକ ଭାବେ ୟୁକ୍ରେନ ନ ଯିବାକୁ ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି। ବ୍ରିଟେନ ମଧ୍ୟ କ୍ୱିଭ୍‌ରୁ ନିଜ ଦୂତାବାସ ଅଧିକାରୀଙ୍କୁ ଫେରିଆସିବାକୁ କହିଛି। ଦୂତାବାସ ଖାଲି କରାଯିବା ନିଷ୍ପତ୍ତିକୁ ୟୁକ୍ରେନ ସମାଲୋଚନା କରିଛି। ଉଭୟ ୟୁକ୍ରେନବାସୀ ଏବଂ ବିଦେଶୀ ନାଗରିକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ରୁଷିଆ ଜାଣିଶୁଣି ଏପରି କରୁଛି। ତେଣୁ ଆମେରିକା ଦୂତାବାସ ଖାଲି କରିବା ଏକ ପରିପକ୍ୱ ନିଷ୍ପତ୍ତି ନୁହେଁ ବୋଲି ୟୁକ୍ରେନ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓଲେଗ୍‌ ନିକୋଲେଙ୍କୋ କହିଛନ୍ତି।
ୟୁକ୍ରେନ ପ୍ରସଙ୍ଗରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ପ୍ରଶଂସା କରି ଜର୍ମାନୀ ନୌସେନା ମୁଖ୍ୟ କେ-ଆଚିମ୍‌ ସ୍କୋନବାକ୍‌ଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ଏ ନେଇ ୟୁକ୍ରେନ ଜର୍ମାନୀକୁ ସ୍ପଷ୍ଟୀକରଣ ମାଗିଛି। ସେପଟେ ଆମେରିକାର ଅନୁରୋଧ ସତ୍ତ୍ୱେ ଜର୍ମାନୀ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ରବିବାର ରାତିରେ ମନା କରିଛି। ଏହା ଦ୍ୱାରା ଉତ୍ତେଜନା ଆହୁରି ବୃଦ୍ଧି ପାଇବ ବୋଲି ଜର୍ମାନୀ ପ୍ରତିରକ୍ଷା ମନ୍ତ୍ରୀ କ୍ରିଷ୍ଟିନ୍‌ ଲାମ୍ବ୍ରେକ୍ଟ କହିଛନ୍ତି। ପୂର୍ବରୁ ଆମେରିକା ନାଟୋ ସଦସ୍ୟଙ୍କ ମଧ୍ୟରେ ସମନ୍ବୟ ଉପରେ ସନ୍ଦେହ ବ୍ୟକ୍ତ କରିଥିବାବେଳେ ଏବେ ଜର୍ମାନୀ ପକ୍ଷରୁ ଏଭଳି ପ୍ରତିକ୍ରିୟା ପକାଶ ପାଇଛି। ସେପଟେ ଲାଟ୍‌ଭିଆ ନିଜ ନାଗରିକଙ୍କୁ ୟୁକ୍ରେନ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି। ୟୁକ୍ରେନ ଉପରେ ଆକ୍ରମଣ କଲେ ରୁଷିଆ ସହ୍ୟ ନ କରିପାରିଲା ଭଳି କଠୋର କଟକଣା ଲାଗୁ କରାଯିବା କଥା ବୋଲି ଲିଥୁଆନିଆ ବହିର୍ବ୍ୟାପାର ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ହିଜବୁଲ୍ଲାର ରକେଟ ଆକ୍ରମଣରେ ହାହାକାର ଇସ୍ରାଏଲ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର...

ଏବେ ନ ବୁଝିଲେ ଆମକୁ ବି ଭଲଭାବେ ବୁଝାଇ ଆସେ, କାହିଁକି ହିଜବୁଲ୍ଲାକୁ ଏମିତି କହିଲେ ନେତାନ୍ୟାହୁ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତାର ପରିବେଶ ରହିଛି। ନିକଟରେ, ୩୦୦୦ ପେଜର୍‌ ଏବଂ ଡଜନେ ୱାକି-ଟକି...

ଭାଷଣ ଦେବା ସମୟରେ ଷ୍ଟେଜ ଉପରେ ମୋଦିଙ୍କୁ ଭୁଲିଗଲେ ବାଇଡେନ, ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭୁଲିଯିବା ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବୟସ ବଢିବା ଏବଂ ସ୍ମୃତି...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୨ା୯: ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩%...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri