ନାଟୋର ଲିଥୁଆନିଆ ବୈଠକରେ ହେବ ଏକତାର ଅଗ୍ନିପରୀକ୍ଷା: ୟୁକ୍ରେନ ସଦସ୍ୟତା ବଡ଼ ଆହ୍ବାନ…

ଓ୍ବାଶିଂଟନ,୧୦।୭ : ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ଲିଥୁଆନିଆର ରାଜଧାନୀ ଭିନିୟସରେ ଜୁଲାଇ ୧୧-୧୨ ଜୁଲାଇରେ ନାଟୋ ଶିଖର ସମ୍ମିଳନୀରେ ନାଟୋର ଏକତାର ଅଗ୍ନିପରୀକ୍ଷା ହେବ ବୋଲି ଚର୍ଚ୍ଚା ହେଉଛି। ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସାମ୍ନା କରୁଥିବା ସବୁଠାରୁ ବଡ ଆହ୍ବାନ ହେଉଛି ୟୁକ୍ରେନର ସଦସ୍ୟତା, ଯାହା ଗତ ବର୍ଷ ନିଶ୍ଚିତ କରାଯାଇଥିଲା।

ୟୁକ୍ରେନର ସଦସ୍ୟତା ପ୍ରସଙ୍ଗ ମଧ୍ୟ ନାଟୋ ସଦସ୍ୟଙ୍କ ମଧ୍ୟରେ ମତଭେଦର କାରଣ ହୋଇପାରେ। କିଛି ସଦସ୍ୟ ବିଶ୍ୱାସ କରନ୍ତି ୟୁକ୍ରେନକୁ ନାଟୋ ସଦସ୍ୟତା ଦିଆଯିବା ଉଚିତ। ପୂର୍ବ ୟୁରୋପରେ ରୁଷିାର ଆକ୍ରୋଶକୁ ରୋକିବା ମଧ୍ୟ ଆବଶ୍ୟକ। ତଥାପି, କିଛି ସଦସ୍ୟ ଭୟଭୀତ ଅଛନ୍ତି ଏହା ଏକ ବଡ଼ ଯୁଦ୍ଧର କାରଣ ହୋଇପାରେ।

ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସଲିଭାନ କହିଛନ୍ତି ୟୁକ୍ରେନକୁ ନାଟୋରେ ଅନ୍ତର୍ଭୁକ୍ତ କରିବା ଉପରେ ସଦସ୍ୟ ଦେଶଗୁଡିକ ଅଧିକ ଧ୍ୟାନ ଦେବା ପାଇଁ ଏହି ସମ୍ମିଳନୀ ଚେଷ୍ଟା କରିବା ଉଚିତ। ବିଶ୍ୱର ସର୍ବବୃହତ ସୁରକ୍ଷା ସହଯୋଗୀ ନାଟୋ ମଧ୍ୟ ସ୍ବିଡେନକୁ ଏହାର ୩୨ ତମ ସଦସ୍ୟ ଭାବେ ଯୋଗ ଦେବା ପାଇଁ ଚୁକ୍ତି କରିବା ପାଇଁ ସଂଘର୍ଷ କରୁଛି ।

ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ କାର୍ଯ୍ୟକାଳ ମଧ୍ୟରେ ନାଟୋରେ ଆମେରିକାର ରାଷ୍ଟ୍ରଦୂତ ଥିବା ଡଗଲାସ ଲୁଟଙ୍କ ଅନୁଯାୟୀ, ସଂଗଠନର ସଦସ୍ୟମାନଙ୍କ ଏକତା ମଧ୍ୟରେ ମତଭେଦ ହେଲେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହାର ଅଧିକ ଲାଭ ମିଳିବ। ସେ କହିଛନ୍ତି ପୁଟିନ ଭାବୁଥିଲେ ରୁଷିଆ-ୟୁକ୍ରେନ ଯୁଦ୍ଧ ନାଟୋକୁ ବିଚ୍ଛିନ୍ନ କରିବ, କିନ୍ତୁ ଏହାର ବିପରୀତ ଘଟଣା ଘଟିଲା। ଏହି ଯୁଦ୍ଧ ନାଟୋକୁ ଆହୁରି ମଜବୁତ କରିଛି ।

ଏହି ସମ୍ମିଳନୀରେ ପୁଣି ଥରେ ଲୋକଙ୍କ ଆଖି ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଆର୍ଦୋଗନଙ୍କ ଉପରେ ରହିବ, ଯିଏକି ସ୍ବିଡେନର ସଦସ୍ୟତା ବିରୁଦ୍ଧରେ ଅଛନ୍ତି। ତୁର୍କୀ ବିଶ୍ୱାସ କରେ ସ୍ବିଡେନ ଏବଂ ଫିନଲାଣ୍ଡ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟି ଏବଂ ଗେଲେନ ଆନ୍ଦୋଳନକାରୀଙ୍କୁ ଆଶ୍ରୟ ଦିଅନ୍ତି ।

ରୁଷିଆର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ନାଟୋ ଶିଖର ସମ୍ମିଳନୀରେ ୟୁକ୍ରେନର ଜାପୋରୋଜି ପରମାଣୁ କାରଖାନା ଉପରେ ମଧ୍ୟ ଆଲୋଚନା କରାଯିବା ଉଚିତ। ସେ ୟୁକ୍ରେନକୁ ପରମାଣୁ କାରଖାନା ଉପରେ ନିୟମିତ ଭାବେ ଆକ୍ରମଣ କରୁଥିବା ଅଭିଯୋଗ କରିଛନ୍ତି।

Share