Categories: ଜାତୀୟ

କୋଣାର୍କ ଚକ୍ର, ନଟରାଜ ପ୍ରତିମୂର୍ତ୍ତି, ଯୋଗମୁଦ୍ରା…ଜି୨୦ ବାହାନାରେ ବିଶ୍ୱ ଦେଖିଲା ଏସବୁ…

ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀରେ ଶନିବାରଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ। ଏଥିପାଇଁ ଭାରତ ମଣ୍ଡପମ୍‌ରେ ପହଞ୍ଚିଛନ୍ତି ବିଶ୍ୱ ନେତା। ସମ୍ମିଳନୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଭାରତ ମଣ୍ଡପମ୍‌ରେ ସ୍ବାଗତ କରିଛନ୍ତି। ତେବେ ସ୍ବାଗତସ୍ଥଳରେ ଭାରତୀୟ କଳା ଏବଂ ସଂସ୍କୃତିର ପ୍ରତୀକ ଯୋଗ, କାରୁକାର୍ଯ୍ୟପୂର୍ଣ୍ଣ ଐତିହ୍ୟ କୋଣାର୍କ ଚକ୍ର ଏବଂ ନଟରାଜଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଛି।

୧୩ ଶହ ଶତାଦ୍ଦିରେ ରାଜା ନରସିଂହଦେବ ପ୍ରଥମଙ୍କ ଶାସନକାଳରେ ନିର୍ମିତ କୋଣାର୍କ ଚକ୍ର ପୁରାତନ ଭାରତର ସମୃଦ୍ଧ କାରୁକାର୍ଯ୍ୟକୁ ପ୍ରସ୍ପୁଟିତ କରୁଛି। ଏହି କୋଣାର୍କ ଚକ୍ର ସମୟ ସହ କାଳଚକ୍ର, ଉନ୍ନତି ଓ ପରିବର୍ତ୍ତନର ଧାରାକୁ ବି ସୂଚାଉଛି। ଭାରତର ଜାତୀୟ ପତାକାରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଛି।

ସେହିଭଳି ଭାରତ ମଣ୍ଡପମ୍‌ର କନ୍‌ଭେ୍‌ଶନ ହଲର ପ୍ରବେଶ ଦ୍ୱାରରେ ୨୮ ଫୁଟ ଉଚ୍ଚ ନଟରାଜ ପ୍ରତୀମା ଲଗାଯାଇଥିଲା। ଏହା ଭଗବାନ ଶିବଙ୍କୁ ‘ନୃତ୍ୟର ଦେବତା’ ଏବଂ ତାଙ୍କ ସୃଷ୍ଟି ଓ ବିନାଶର ବ୍ରହ୍ମାଣ୍ଠ ଶକ୍ତିର ପ୍ରତୀକ। ୧୯ ଟନ୍‌ର ଏହି ପ୍ରତିମୂର୍ତ୍ତିକୁ ତାମିଲନାଡ଼ୁର ସ୍ବାମୀମଲାଇ ନିର୍ମାଣ କରିଥିଲେ।

ନଟରାଜ ଏବଂ କୋଣାର୍କ ଚକ୍ର ବ୍ୟତିତ ଯୋଗ ମୁଦ୍ରାଙ୍କ ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି। ଏହା ବିଶ୍ୱକୁ ଭାରତୀୟ ସଭ୍ୟତାର ଉପହାର ବୋଲି କୁହାଯାଏ।

Share