ପ୍ରାକୃତିକ ଗ୍ୟାସ ମୂଲ୍ୟ କମିଲା

ଭୁବନେଶ୍ୱର,୧।୪(ଅନୁରାଧା ମହାରଣା): ଲଗାତର ତୃତୀୟଥର ପାଇଁ ପ୍ରାକୃତିକ ଗ୍ୟାସ୍‌ର ମୂଲ୍ୟ ହ୍ରାସ ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ସୂଚନା ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ହେତୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କେଜି ଡି ବ୍ଲକରୁ ବାହାରୁଥିବା ଗ୍ୟାସର ମୂଲ୍ୟ ବର୍ତ୍ତମାନ ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟ(ଏମ୍‌ବିଟିୟୁ) ପ୍ରତି ୯.୮୭ ଡଲାରରେ ପରିଣତ ହେବ। ଘରୋଇ ପ୍ରାକୃତିକ ଗ୍ୟାସ ମୂଲ୍ୟ ପ୍ରତିବର୍ଷ ଏପ୍ରିଲ ୧ ଏବଂ ଅକ୍ଟୋବର ୧ରେ ସ୍ଥିର କରାଯାଉଥିତ୍ବାବେଳେ ଅନ୍ତର୍ଜାତୀୟ ଗ୍ୟାସ ମୂଲ୍ୟ ହ୍ରାସ ହେତୁ ମୂଲ୍ୟ ହ୍ରାସ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ମୂଲ୍ୟ ହ୍ରାସ ସିଏନ୍‌ଜି ଏବଂ ପିଏନ୍‌ଜି ମୂଲ୍ୟ ଉପରେ କୌଣସିି ପ୍ରଭାବ ପକାଇବ ନାହିଁ।

ରବିବାର ଏକ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଘରୋଇ ପ୍ରାକୃତିକ ଗ୍ୟାସର ହାର ଏମବିଟିୟୁ ପ୍ରତି ୯.୯୬ ଡଲାର ଥିଲା। ଏପ୍ରିଲ ୧ରୁ ଏଥିରେ ସାମାନ୍ୟ ହ୍ରାସ ହେବା ପରେ ଏବଂ ଆସନ୍ତା ୬ ମାସ ପାଇଁ ନୂତନ ହାର ୯.୮୭ ଡଲାର ରହିବ। କ୍ରମାଗତ ତୃତୀୟ ଥର ପାଇଁ ଏହି ମୂଲ୍ୟ ହ୍ରାସ ପାଇଥିବାବେଳେ ୨୦୨୩ ଅକ୍ଟୋବର ୧ରେ ସରକାର ଗ୍ୟାସ ଦରରେ ୧୮ ପ୍ରତିଶତ ହ୍ରାସ କରିଥିଲେ। ସରକାର ଗ୍ୟାସର ମୂଲ୍ୟ ୧୨.୧୨ ଡଲାରରୁ ୯.୯୬ ଡଲାରକୁ ହ୍ରାସ କରିଥିଲେ। ଏହାର ପୂର୍ବଥର ୧୨.୪୬ ଡଲାରରୁ ୧୨.୧୨ ଡଲାରକୁ ହ୍ରାସ କରାଯାଇଥିଲା।

ଗୋଟିଏ ଆର୍ଥିକ ବର୍ଷରେ ଘରୋଇ ପ୍ରାକୃତିକ ଗ୍ୟାସ ମୂଲ୍ୟ ଦୁଇଥର ସ୍ଥିର କରାଯାଉଥିବାବେଳେ ଏହି ଗ୍ୟାସ ପରେ ଯାନରେ ବ୍ୟବହାର ପାଇଁ ସିଏନଜି ଏବଂ ରୋଷେଇ ଘରେ ବ୍ୟବହାର ପାଇଁ ପିଏନ୍‌ଜିରେ ରୂପାନ୍ତରିତ ହୁଏ । ବିଦ୍ୟୁତ୍‌ ଉତ୍ପାଦନ ଏବଂ ସାର ଉତ୍ପାଦନରେ ମଧ୍ୟ ପିଏନଜି ବ୍ୟବହୃତ ହୁଏ।୨୦୨୩ ମସିହାରେ ଅନ୍ତର୍ଜାତୀୟ ହାର ହ୍ରାସ ହୋଇଥିବାରୁ ଭାରତରେ ଗ୍ୟାସର ମୂଲ୍ୟ ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ଦେଶର ୬.୩ ପ୍ରତିଶତ ଶକ୍ତି ଆବଶ୍ୟକତା ପ୍ରାକୃତିକ ଗ୍ୟାସ ଦ୍ୱାରା ପୂରଣ ହେଉଛି। ଏହିକ୍ରମରେ ୨୦୩୦ ସୁଦ୍ଧା ସରକାର ଏହି ସଂଖ୍ୟାକୁ ୧୫ ପ୍ରତିଶତ କରିବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଷ୍ଟକ୍‌ ମାର୍କେଟର ଐତିହାସିକ ରେକର୍ଡ

ମୁମ୍ବାଇ,୨୧।୯: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ ମାକେର୍ଟ ଏକ ନୂଆ ମାଇଲଖୁଣ୍ଟ ସହ ଐତିହାସିକ ରେକର୍ଡ ସ୍ଥାପନ କରିଛି। ଏପରିକି ଘରୋଇ ଶେୟାର ବଜାର...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri