୧ରୁ ଖୋଲିବ ୪୨ ନେଚର କ୍ୟାମ୍ପ୍‌

ଭୁବନେଶ୍ୱର,୨୮ା୯(ବ୍ୟୁରୋ): ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପରିଚାଳିିତ ଓଡ଼ିଶାର ୪୨ଟି ଇକୋ-ଟୁର୍‌ ଡେଷ୍ଟିନେଶନ ତଥା ନେଚର କ୍ୟାମ୍ପ୍‌କୁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ ତାରିଖରୁ ଖୋଲାଯିବ। ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ରବିବାର ଟୁଇଟ୍‌ କରି ସୂଚନା ଦେଇଛି। ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ଏହି ନେଚର କ୍ୟାମ୍ପ୍‌ଗୁଡ଼ିକ ପରିଚାଳିତ ହୋଇଥାଏ। ଏହା ବ୍ୟତୀତ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ବହୁ ଲୋକ ଏହା ଉପରେ ନିର୍ଭର କରି ଚଳନ୍ତି। ମାତ୍ର କୋଭିଡ୍‌-୧୯ ଲାଗି ଗତ ୬ମାସ ଧରି ଏହି କ୍ୟାମ୍ପ୍‌ଗୁଡ଼ିକ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ଫଳରେ ଏହା ଉପରେ ନିର୍ଭର କରି ଚଳୁଥିବା ଗ୍ରାମବାସୀ ସମସ୍ୟା ମଧ୍ୟଦେଇ ଗତି କରୁଥିଲେ। ଏବେ ପୁନଃ ପରିଚାଳିତ ହେବାଦ୍ୱାରା ପୁଣିଥରେ ସେମାନଙ୍କ ଆର୍ଥିକ ଅବସ୍ଥା ଉନ୍ନତ ହେବାସହ ରାଜ୍ୟର ପରିବେଶ ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ ବୋଲି କୁହାଯାଇଛି।

 

Share