ନୂଆଦିଲ୍ଲୀ,୧୦।୧୨ : ମାନବ ଅଧିକାର ଦିବସ ଅବସରରେ ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସମ୍ବୋଧିତ କରିଛନ୍ତି। ଜଳବାୟୁ ପରିବର୍ତ୍ତନକୁ ନେଇ ଉଦବେଗ ପ୍ରକାଶ କରି ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନର ପରିବେଶ ପ୍ରଭାବ ପାଇଁ ଗରିବ ଦେଶର ଲୋକମାନଙ୍କୁ ବହୁ ମୂଲ୍ୟ ଦେବାକୁ ଯାଉଛନ୍ତି। ସମାଜ ପରିବେଶ ନ୍ୟାୟକୁ ବିଚାର କରିବା ଉଚିତ।
ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ମଣିଷମାନେ ପ୍ରକୃତି ଏବଂ ଜୈବ ବିବିଧତାକୁ ସମ୍ମାନର ସହ ବ୍ୟବହାର କରିବା ଏବଂ ଏହାକୁ ଅନୁସରଣ କରିବା ମଧ୍ୟ ଶିଖିବା ଉଚିତ। ଏଥି ସହିତ ସେ କହିଛନ୍ତି ଯେ ଆମେ ପରିବେଶ ଏବଂ ଗୋରୁଙ୍କ ସହ ଜଡିତ ମାନବିକ ଅଧିକାରକୁ ଉଲ୍ଲଂଘନ କରୁଛୁ। ଆମକୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
ପ୍ରକୃତିର ସମ୍ମାନ ସହିତ ବ୍ୟବହାର କରିବା କେବଳ ଆମର ନୈତିକ ଦାୟିତ୍ୱ ନୁହେଁ, ବରଂ ଆମର ବଞ୍ଚିବା ପାଇଁ ମଧ୍ୟ ଆବଶ୍ୟକ। ପ୍ରକୃତିର ସମାନ ବ୍ୟବହାର କରିବାକୁ ଆମକୁ ଶିଖିବାକୁ ପଡିବ। ରାଷ୍ଟ୍ରପତି କହିଛନ୍ତି ଯେ ମୁଁ ଏହା ମଧ୍ୟ କହିଛି ଯେ ନ୍ୟାୟର ସଂକଳ୍ପକୁ ବିସ୍ତାର କରିବାକୁ ଚେଷ୍ଟା କରିବା ଉଚିତ। ବିଗତ କିଛି ବର୍ଷ ମଧ୍ୟରେ, ଅସ୍ବାଭାବିକ ପାଣିପାଗ ଯୋଗୁଁ ବିଶ୍ୱ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଏନେଇ ସଭିଏଁ ସଚେତନ ରହିବା ଜରୁରୀ।