ପ୍ରକୃତି ହେଉଛି ଭଗବାନ: ଯାଦବ ପାୟେଙ୍ଗ

ଭୁବନେଶ୍ୱର,୨୪ା୧୧: ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଜଳବାୟୁ ପରିବର୍ତ୍ତନକୁ ନେଇ ଶୁକ୍ରବାର ରେଳ ସଦନଠାରେ ‘ଧରିତ୍ରୀ’ ପକ୍ଷରୁ ୟୁଥ୍‌ କନ୍‌କ୍ଲେଭ୍‌ ଆରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ‘ଫରେଷ୍ଟ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ ବା ଭାରତର ଅରଣ୍ୟ ମାନବ ଭାବେ ପରିଚିତ ଯାଦବ ପାୟେଙ୍ଗ ଯୋଗଦେଇ ପ୍ରକୃତି ଉପରେ ନିଜର ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଭଗବାନଙ୍କୁ କେହି ଦେଖିନାହାନ୍ତି, ପ୍ରକୃତି ହେଉଛି ପ୍ରକୃତ ଭଗବାନ। ଏହାର ସୁରକ୍ଷା କରିବା ଜରୁରୀ ଅଟେ। ଏଥିସହିତ ତାଙ୍କର ଜୀବନଯାତ୍ରା ବିଷୟରେ ମତବ୍ୟକ୍ତ କରିଛନ୍ତି।

Share