ନେଚର ପାର୍କ ଡମରଗାଡ଼ ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ

ବୌଦ୍ଧ,୧୮ା୧୨(ଅଜିତ କୁମାର ବାରିକ): ସଂସ୍କୃତି ସଂପନ୍ନ ବୌଦ୍ଧ ଜିଲା ପ୍ରାକୃତିକ ଶୋଭାରାଜିରେ ଭରପୁର। ଜିଲାରେ ପର୍ଯ୍ୟଟନ ଶିଳ୍ପ ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବନ ବିଭାଗ ପକ୍ଷରୁ ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇ ଐତିହାସିକ ଡମରଗାଡ଼ଠାରେ ଜିଲାର ପ୍ରଥମ ନେଚର ପାର୍କ ନିର୍ମାଣ କରାଯାଇଛି। ଏଥିସହ ୫ ଗୋଟି କଟେଜରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରୀ ରହଣି ବ୍ୟବସ୍ଥା ମଧ୍ୟ ହୋଇଛି। ବନବିଭାଗର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଥିବା ବେଳେ ରାସ୍ତା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହି ନେଚର ପାର୍କ ଗତ ନଭେମ୍ବର ମାସ ୯ ତାରିଖରେ ଉଦ୍‌ଘାଟିତ ହୋଇଛି। ଡମରଗାଡ ପାହାଡ ଉପରେ ପ୍ରାକୃତିକ ଶୋଭାରାଜି ସହିତ ୱାଚ ଟାୱାରରୁ ବନ୍ୟଜନ୍ତୁଙ୍କୁ ଦେଖିବା ବ୍ୟବସ୍ଥା କରାଯାଇଛି। ପାହାଡ ପାଦଦେଶରେ ବହି ଯାଉଥିବା ଚିରସ୍ରୋତା ମହାନଦୀ ଏହି ପର୍ଯ୍ୟଟନ ସ୍ଥଳର ପରିବେଶକୁ ଅଧିକ ମନୋରମ କରିବା ସହିତ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି। ଡମରଗାଡର ସୂର୍ଯ୍ୟାସ୍ତ ଦୃଶ୍ୟ ସବୁଠାରୁ ମନୋରମ । ତେଣୁ ପର୍ଯ୍ୟଟକମାନେ ଏଠାରେ ରାତ୍ରୀଯାପନ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଜଣାଯାଇଛି। ତେବେ ଜିଲାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ନେଚର ପାର୍କକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ଜାତୀୟ ରାଜପଥ ସାହାଜପାଲଠାରୁ ନେଚର ପାର୍କକୁ ଯିବାକୁ ଥିବା ରାସ୍ତାକୁ ନେଇ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ମୁଖ୍ୟ ଜାତୀୟ ରାଜପଥରୁ ଗ୍ରାମ ଭିତର ଦେଇ ଯାଇଥିବା ୫ କିଲୋମିଟର ରାସ୍ତା ପ୍ରଶସ୍ତ ନ ଥିବା ବେଳେ ଅନେକ ସ୍ଥାନରେ ରାସ୍ତାର ଚିହ୍ନବର୍ଣ୍ଣ ନାହିଁ। ରାସ୍ତାରେ କୌଣସି ସୂଚନା ଫଳକ ନ ଥିବାରୁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୌଦ୍ଧ ତଥା ଆଖପାଖ ଅଞ୍ଚଳରୁ ପ୍ରତିଦିନ ବହୁ ସଂଖ୍ୟକ ଡମରଗାଡ ବୁଲିବାକୁ ଯାଉଥିବା ଜଣାଯାଇଛି। କିନ୍ତୁ ରାସ୍ତା ପାଇଁ ବିଭିନ୍ନ ସମସ୍ୟା ହେଉଛି। ପ୍ରଶସ୍ତ ରାସ୍ତା ନିର୍ମାଣ କରାଗଲେ ଏହି ପର୍ଯ୍ୟଟନ କ୍ଷେତ୍ର ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ମତପ୍ରକାଶ ପାଉଛି। ଜାତୀୟ ରାଜପଥ କଡରେ ସୂଚନା ଫଳକ ନ ଥିବାରୁ ଡମରଗାଡକୁ ବୁଲି ଯାଉଥିବା ଲୋକେ ଅନ୍ୟ ରାସ୍ତାରେ ଚାଲି ଯାଇ ହଟହଟା ହେଉଛନ୍ତି। ଯଥାଶୀଘ୍ର ବନ ବିଭାଗ ପକ୍ଷରୁ ଜାତୀୟ ରାଜପଥ କଡରେ ଡମ୍ବରୁଗଡ ନେଚର ପାର୍କ ସଂପର୍କରେ ସୂଚନା ଫଳକ ଲଗାଇବା ଆବଶ୍ୟକ ହୋଇପଡିଛି। ଏ ଦିଗରେ ଜିଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ପାକିସ୍ତାନୀ ମହିଳା, ଭାରତ ଛାଡ଼ିବା ଲାଗି କରାଗଲା ନୋଟିସ

କଟକ,୨୬।୪: ଜମ୍ମୁ କଶ୍ମୀର ପହଲଗାମରେ ନିର୍ଦ୍ଦୋଶ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ତ୍ୱରିତ ପଦକ୍ଷେପ ନେଇ...

ନିଆଁ ଲାଗି ୧୫ ବଖରା ପାଉଁଶ

ଖୋର୍ଦ୍ଧା,୨୬।୪: ଖୋର୍ଦ୍ଧା ଟାଙ୍ଗୀ ଥାନା ବିନ୍ଧାଣିଆ ଗାଁରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୫ ପରିବାରର ୧୫ ବଖରା ଘର ପୋଡି ପାଉଁଶ...

Iran Blast: ଦିନ ଦ୍ୱିପ୍ରହରରେ ଥରିଉଠିଲା ଇରାନ, ୨୦୦ରୁ ଅଧିକ ଲୋକ ଆହତ, ଜାଣନ୍ତୁ ଏହା ପଛରେ କାହାର ରହିଛି ହାତ

ଦୁବଇ,୨୬।୪: ଶନିବାର ଇରାନର ବନ୍ଦର ଆବାସ ସହରରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏଥିରେ ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି Blast...

ଯୁଦ୍ଧ ପୂର୍ବରୁ କାଙ୍ଗାଳ ହେଲାଣି ପାକିସ୍ତାନ: ଖାଇବା ପାଇଁ ଟଣାଓଟରା, ୬ଟା ଅଣ୍ଡାର ଦାମ ୧୪୫

ଇସଲାମବାଦ,୨୬।୪: ଜମ୍ମୁ ଓ କଶ୍ମୀରର ପହଲଗାମ ଘଟିଥିବା ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା, ଏହା ପରେ ଭାରତ ଓ ପାକିସ୍ତାନ...

ଆମେରିକା ଉପରାଷ୍ଟ୍ରପତି JD Vance ବୁଲିଲେ ତାଜମହଲ, ଫଟୋ ଦେଖି କମେଣ୍ଟ କଲେ Musk

ଓ୍ବାଶିଂଟନ,୨୬।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପତ୍ନୀ ଉଷା ଭାନ୍ସ ଏବଂ ତିନି ପିଲାଙ୍କ ସହିତ ସମ୍ପ୍ରତି ଚାରି ଦିନିଆ ଭାରତ ଗସ୍ତରେ ଆସିଥିଲେ।...

ଛପରଫାଡିକି ଦେଲେ ଭଗବାନ୍‌ : ଆଖି ଖୋଲୁଖୋଲୁ କୋଟିପତି, ପୁଣି ଜଣେ ଓଡ଼ିଆ ପୁଅ ଜିତିଲେ ୩କୋଟି ଥାର୍‌

ଖୋର୍ଦ୍ଧା ,୨୦।୪: ରାତାରାତି ବଦଳିଗଲା ଭାଗ୍ୟ। ଅନଲାଇନ ଗେମ୍‌ରେ ମାତ୍ର ୪୯ଟଙ୍କା ଲଗାଇ ଜିତିଲେ ୩କୋଟି ଟଙ୍କା ଓ ମହିନ୍ଦ୍ରା ଥାର। ଏପରି ପୁଣି ଏକ...

ପହଲଗାମ ଘଟଣା ପରେ ଇସଲାମ ଧର୍ମ ଛାଡିଲେ ଶିକ୍ଷକ, କହିଲେ କେବଳ ମଣିଷ ଭାବେ ବଞ୍ଚିବାକୁ ଚାହୁଁଛି

ନୂଆଦିଲ୍ଲୀ,୨୬।୪: ପହଲଗାମ ଆତଙ୍କବାଦୀ ହମଲା ପରେ ପଶ୍ଚିମବଙ୍ଗର ଶିକ୍ଷକ ଇସଲାମ ତ୍ୟାଗ କରିଛନ୍ତି। ପଶ୍ଚିମବଙ୍ଗର ବାଦୁରିଆର ଜଣେ ଶିକ୍ଷକ ସାବିର ହୁସେନ ଜମ୍ମୁ ଓ କଶ୍ମୀରର...

କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨ ବରିଷ୍ଠ IPS ଅଫିସର; ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ୱର,୨୬।୪: କେନ୍ଦ୍ରକୁ ଡେପୁଟେଶନରେ ଯିବେ ଆଉ ୨ ବରିଷ୍ଠ ଆଇପିଏସ୍‌ ଅଫିସର। ବିଏସ୍‌ଏଫ୍‌ ଆଇଜି ଭାବେ ଆଇପିଏସ୍‌ ରବିକାନ୍ତ ଡେପୁଟେଶନରେ ଯିବେ। ସେହିଭଳି ଆଇପିଏସ୍‌ ଅଫିସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image