Categories: ଜାତୀୟ

ଗାନ୍ଧୀ ପରିବାର ନିଜକୁ ତିସମାର ଖାନ୍ ଭାବୁଛନ୍ତି: ନଟୱର ସିଂ

ନୂଆଦିଲ୍ଲୀ,୧ ।୧୦: କଂଗ୍ରେସର ଅସନ୍ତୁଷ୍ଟ ଜି-୨୩ ସଦସ୍ୟଙ୍କ ମଧ୍ୟରୁ ମନିଷ ତିୱାରୀ ଓ କପିଲ ସିବଲଙ୍କ ପରେ ଏବେ ପୂର୍ବତନ ବୈଦେଶିକମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନଟୱର ସିଂ ବି ଗାନ୍ଧୀ ପରିବାର ଉପରେ ଖୁବ୍ ବର୍ଷିଛନ୍ତି । ପଞ୍ଜାବ କଂଗ୍ରେସର କଳହକୁ ଦେଖି ଶେଷରେ ନଟୱର ସିଂ କହିଛନ୍ତି ଗାନ୍ଧୀ ପରିବାର ନିଜକୁ ତିସମାର ଖାନ୍ ଭାବୁଛନ୍ତି । ପଞ୍ଜାବର ରାଜନୈତିକ ସଙ୍କଟ ଓ ଆଗାମୀ ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ନଟୱର ସିଂ କହିଛନ୍ତି ଏମାନଙ୍କ କଥା କେହି ଶୁଣିବେ ନାହିଁ । ଏମାନଙ୍କୁ ପରାମର୍ଶ ଦେବାକୁ ବି କେହି ନାହିଁ । ତେବେ ଏସବୁ ସମସ୍ୟାର ମୂଳ କଂଗ୍ରେସ ହାଇକମାଣ୍ଡ ବୋଲି ସେ କହିଛନ୍ତି । ସେ କହିଛନ୍ତି ହାଇକମାଣ୍ଡ ୩ ଜଣ ଏମାନଙ୍କ ବ୍ୟତୀତ ଆଉ କାହା କଥା ଏଠି କାମ କରେନାହିଁ । ଯେ ପର୍ଯ୍ୟନ୍ତ ଏମାନେ ଜୀବିତ ଅଛନ୍ତି ସେପର୍ଯ୍ୟନ୍ତ ଏଠି କାହା କଥା କାମ କରିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋତେ ଲାଗୁନି କଂଗ୍ରେସ କୌଣସି ବି ରାଜ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇ ପାରିବ । କିନ୍ତୁ କଂଗ୍ରେସ ସବୁଠାରୁ ପୁରୁଣା ଦଳ ଭାବେ ଭାଜପାକୁ ହରାଇବା ଆମର ଟାର୍ଗେଟ ରହିବା କଥା । ହେଲେ ଏମିତି ହେବ ନାହିଁ । କାରଣ ଏମାନଙ୍କ କଥା କେହି ଶୁଣିବେ ନାହିଁ । ଗୁଲାମ ନବି ଆଜାଦ ଓ ଅନ୍ୟମାନେ ୱାର୍କିଂ କମିଟିର ବୈଠକ ଡାକିଲେ ହେଲେ ଏପର୍ଯ୍ୟନ୍ତ ଏହା ହେଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

Share