Categories: ଜାତୀୟ

ଚାଇନା ସୀମା ବିବାଦ: ଉତ୍ତରରେ ଶତ୍ରୁକୁ କଡା ଜବାବ ଦେବ ମିଗ୍‌-୨୯କେ

ନୂଆଦିଲ୍ଲୀ,୨୧।୭: ଭାରତ-ଚାଇନା ସୀମା ବିବାଦ ଦିନକୁ ଦିନ ବଢି ଚାଲିଥିବା ବେଳେ ସୀମାରେ ବି ନିଜର ଶକ୍ତି ବୃଦ୍ଧିରେ ଲାଗିଛି ଭାରତୀୟ ନୌସେନା। ଏବେ ଭାରତୀୟ ନୌସେନାର ଫାଇଟର ଜେଟ୍‌ ମିଗ୍‌-୨୯କେକୁ ଉତ୍ତର ସେକ୍ଟଟରରେ ରଖାଯିବାର ଯୋଜନା କରାଯାଇଛି। ନୌସେନା ପି-୮୨ ଯୁଦ୍ଧ ବିମାନ ପୂର୍ବରୁ ପୂର୍ବ ଲଦ୍ଦାଖ ସେକ୍ଟରରେ ଜଗି ରହିଛି। ସମାଚାର ଏଜେନ୍ସି ଏଏନ୍‌ଆଇର ସୂଚନା ଅନୁଯାୟୀ, ମିଗ୍‌-୨୯କେ ଫାଇଟର ଏୟାରକ୍ରାପ୍ଟକୁ ଉତ୍ତର ସେକ୍ଟରରେ ଭାରତୀୟ ନୌସେନା ବେସ୍‌ରେ ରଖାଯିବାର ଯୋଜନା କରାଯାଇଛି। ଏହାର ବ୍ୟବହାର ପୂର୍ବ ଲଦ୍ଦାଖ ସେକ୍ଟରରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ କରାଯିବ। ସୂଚନାଯୋଗ୍ୟ, ଡୋକଲାମ ସୀମା ବିବାଦ ସମୟରେ ଏହି ବିମାନକୁ ବହୁ ସଂଖ୍ୟାରେ ବ୍ୟବହାର କରାଯାଇଥିଲା।

Share