Advertisement
Categories: ଜାତୀୟ

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଲାଗିଲା ନିଆଁ: ନୌସେନା ଅଧିକାରୀ ଶହୀଦ

କରଓ୍ବର,୨୬।୪: କର୍ନାଟକର କରଓ୍ବର ବିମାନ ବନ୍ଦରରେ ଶୁକ୍ରବାର ଯୁଦ୍ଧ ଜାହଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ପ୍ରବେଶ କରିବା ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ଲିଭାଇବା ସମୟରେ ଜଣେ ନୌସେନା ଅଧିକାରୀ ଶହୀଦ ହୋଇଥିବା ସୂଚନା ମିଳିଛି। ତେବେ ନିଆଁ ଲିଭାଇବା ସମୟରେ ଲେପ୍ଟନାଣ୍ଟ କମାଣ୍ଡର ଡିଏସ୍‌ ଚୌହାନ୍‌ ଅଣ ନିଶ୍ୱାସି ହୋଇଯାଇଥିଲେ। ତାଙ୍କୁ ତୁରନ୍ତ କନଓ୍ବର ନୌସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିବା ବେଳେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବାରୁ ଏହାର ଯାଞ୍ଚ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ୨୦୧୪, ଜାନୁୟାରୀରେ ରୁଷରୁ ଭାରତ ଆସିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share