ନୂଆଦିଲ୍ଲୀ,୨୯ା୪: ଏଲ୍ଗାର ପରିଷଦ-ମାଓବାଦୀ ଲିଙ୍କ୍ ମାମଲାରେ ଗୃହବନ୍ଦୀ ଥିବା ସାମାଜିକ କର୍ମୀ ଗୌତମ ନଭଲଖାଙ୍କୁ ପୋଲିସ ସୁରକ୍ଷା ବାବଦ ୮ ଲକ୍ଷ ଟଙ୍କା ଜମା କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ନଭେମ୍ବର ୧୦ରେ ନଭଲଖାଙ୍କୁ ଗୃହବନ୍ଦୀ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବା ସହ ପୋଲିସ ସୁରକ୍ଷା ଖର୍ଚ୍ଚ ବାବଦକୁ ୨.୪ ଲକ୍ଷ ଟଙ୍କା ଭରିବାକୁ କହିଥିଲେ। ସୁରକ୍ଷା ବାବଦରେ ମୋଟ ୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍.ଭି. ରାଜୁ ବିଲ୍ ଉପସ୍ଥାପନ କରିବା ପରେ ଜଷ୍ଟିସ କେ.ଏମ୍. ଜୋସେଫ ଏବଂ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।