ନୂଆଦିଲ୍ଲୀ,୧୪।୧୨: ଏଲ୍ଗାର ପରିଷଦ-ମାଓବାଦୀ ଲିଙ୍କ୍ ମାମଲାରେ ସାମାଜିକ କର୍ମୀ ଗୌତମ ନଭଲଖାଙ୍କ ଗୃହବନ୍ଦୀ ସମୟ ସୀମାକୁ ସୁପ୍ରିମକୋର୍ଟ ଜାନୁୟାରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମଙ୍ଗଳବାର ଜଷ୍ଟିସ୍ କେ.ଏମ୍. ଜୋସେଫ ଏବଂ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠ ଉପରୋକ୍ତ ରାୟ ଦେଇଛନ୍ତି। ମୁମ୍ବାଇର ତାଲୋଜା ଜେଲ୍ରେ ଥିବା ନଭଲଖାଙ୍କ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ଗୃହବନ୍ଦୀ ରହିବା ଲାଗି ଗତ ନଭେମ୍ବର ୧୮ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୧୭ ଡିସେମ୍ବର ୩୧ରେ ପୁଣେରେ ଅନୁଷ୍ଠିତ ଏଲ୍ଗାର ପରିଷଦ ସମ୍ମିଳନୀରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଅଭିଯୋଗରେ ନଭଲଖାଙ୍କୁ ଗିରଫ କରାଯାଇଥିଲା।