ଓ୍ବିମ୍ବେଲଡନ୍,୯ା୭:ସୋମବାର ଟେନିସ୍ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍ର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଏମ୍ମା ନାଭାରୋ, ଏଲିନା ରିବାକିନା, ଏଲିନା ସ୍ବିତୋଲିନା ଓ ଜେଲେନା ଅଷ୍ଟାପେଙ୍କୋ। ସେହିପରି ପୁରୁଷ ବର୍ଗରେ ଲରେଞ୍ଜୋ ମୁସେଟ୍ଟି, ଆଲେକ୍ସ ଡି ମିନାଉର ଓ ଟେଲର ଫ୍ରିଟ୍ଜ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଲରେଞ୍ଜୋ ମୁସେଟ୍ଟି କ୍ୱାର୍ଟରରେ ପ୍ରବେଶ କରିବା ସହ ପ୍ରଥମ ଥର ଇଟାଲୀର ୩ ଜଣ ଖେଳାଳି ଏକ ଗ୍ରାଣ୍ଡସ୍ଲାମର ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ମହିଳା ସିଙ୍ଗଲ୍ସରେ ସୋମବାର ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା କୋକୋ ଗଫ୍ଙ୍କୁ ବିଦା କରିଥିଲେ ଆଉ ଜଣେ ଆମେରିକୀୟ ଖେଳାଳି ଏମ୍ମା ନାଭାରୋ। ଏମ୍ମା ୬-୪, ୬-୩ର ସିଧାସଳଖ ସେଟରେ ଏହି ମ୍ୟାଚ୍କୁ ଜିତି ନେଇଥିଲେ। ପୂର୍ବରୁ ଏମ୍ମା ଚଳିତ ଟୁର୍ନାମେଣ୍ଟରେ ପୂର୍ବତନ ଏକ ନମ୍ବର ଖେଳାଳି ନାଓମି ଓସାକାଙ୍କୁ ଦ୍ୱିତୀୟ ରାଉଣ୍ଡରୁ ବିଦା କରିଥିଲେ। ଏହି ବିଜୟ ସହ ଏମ୍ମା ପ୍ରଥମ ଥର କୌଣସି ଗ୍ରାଣ୍ଡସ୍ଲାମର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟର ଫାଇନାଲରେ ସେ ବିଶ୍ୱ ମାନ୍ୟତାର ୭ ନମ୍ବର ସ୍ଥାନରେ ଥିବା ଜସ୍ମିନ ପାଓଲିନିଙ୍କୁ ଭେଟିବେ। ବିଶ୍ୱ ମାନ୍ୟତାର ୨୧ ନମ୍ବର ସ୍ଥାନରେ ଥିବା ୟୁକ୍ରେନର ଏଲିନା ସ୍ବିତୋଲିନା ୬-୨, ୬-୧ ସେଟରେ ଚାଇନାର ଓ୍ବାଙ୍ଗ ଜିନ୍ୟୁଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି। କ୍ରମାଗତ ତୃତୀୟ ଥର ପାଇଁ ସ୍ବିତୋଲିନା ଓ୍ବିମ୍ବେଲଡନ୍ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ସେ ଗୋଟିଏ ବି ସେଟ୍ ହାରିନାହାନ୍ତି। ଅନ୍ୟ ଏକ ରାଉଣ୍ଡ ଅଫ ୧୬ ମ୍ୟାଚ୍ରେ ଆହତ କାରଣରୁ ଆନ୍ନା କାଲିନସ୍କାୟା ଓହରି ଯାଇଥିଲେ। ଫଳରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ବିଶ୍ୱ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା କାଜାଖ୍ସ୍ତାନର ଏଲିନା ରିବାକିନା। ମ୍ୟାଚ୍ରେ ଆନ୍ନା କାଲିନସ୍କାୟା ୩-୬ ଓ ୦-୩ରେ ପଛୁଆ ରହିଥିବା ବେଳେ ତାଙ୍କ କଚଟିରେ ଆଘାତ କାରଣରୁ ସେ ଓହରିବାକୁ ବାଧ୍ୟ ହୋଇଥିଲେ। ସେହିପରି ଏଲିନା ରିବାକିନା ତୃତୀୟ ଥର ପାଇଁ ଓ୍ବିମ୍ବେଲଡନ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ତିମ ରାଉଣ୍ଡ ଅଫ୍ ୧୬ ମ୍ୟାଚ୍ରେ ଲାଟଭିଆର ଜେଲେନା ଅଷ୍ଟାପେଙ୍କୋ ୬-୨, ୬-୩ର ସିଧାସଳଖ ସେଟରେ କାଜାଖସ୍ତାନର ୟୁଲିଆ ପୁଟିଣ୍ଟସେଭାଙ୍କୁ ହରାଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ଇଟାଲୀର ଲରେଞ୍ଜୋ ମୁସେଟ୍ଟି ୪ ସେଟ୍ ବିଶିଷ୍ଟ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଫ୍ରାନ୍ସର ଜିଓଭାନି ଏମ୍ପେଟଶି ପେରିକାର୍ଡଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୪-୬, ୬-୩, ୬-୩ ଓ ୬-୨ ସେଟରେ ବିଶ୍ୱ ମାନ୍ୟତାର ୨୫ ତମ ସ୍ଥାନରେ ଥିବା ମୁସେଟ୍ଟି ବିଜୟୀ ହୋଇଥିଲେ। ଏହା ସହିତ ସେ ନିଜ କ୍ୟାରିୟରରେ ପ୍ରଥମ ଥର ଏକ ଗ୍ରାଣ୍ଡସ୍ଲାମ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ ରାଉଣ୍ଡ ଅଫ୍ ୧୬ ମୁକାବିଲାରେ ବିଶ୍ୱ ମାନ୍ୟତାର ୯ ନମ୍ବର ଖେଳାଳି ଆଲେକ୍ସ ଡି ମିନାଉର ବିଜୟୀ ହୋଇ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଅଷ୍ଟ୍ରେଲିଆର ଏହି ଖେଳାଳି ଫ୍ରାନ୍ସର ଅଣସିଡେଡ ଖେଳାଳି ଆର୍ଥର ଫିଲ୍ସଙ୍କୁ ୬-୨, ୬-୪, ୪-୬ ଓ ୬-୩ ସେଟରେ ପରାସ୍ତ କରିଥିଲେ। ତୃତୀୟ ଥର ପାଇଁ ସେ କୌଣସି ଗ୍ରାଣ୍ଡସ୍ଲାମ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ପୂର୍ବରୁ ୨୦୨୦ ୟୁଏସ୍ ଓପନ ଓ ୨୦୨୪ ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ମିନାଉର। ତେବେ ପୁରୁଷ ସିଙ୍ଗଲ୍ସରେ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା ବିଶ୍ୱ ମାନ୍ୟତାର ୪ ନମ୍ବର ଖେଳାଳି ଆଲେକଜାଣ୍ଡା ଜେଭ୍ରେଭ୍ଙ୍କ ସହ। ଆମେରିକାର ଟେଲର ଫ୍ରିଟ୍ଜଙ୍କ ବିପକ୍ଷ ୫ ସେଟ ବିଶିଷ୍ଟ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍କୁ ହାରି ଯାଇଥିଲେ। ଫ୍ରିଟ୍ଜ ଚମତ୍କାର ଆତ୍ମବିଶ୍ୱାସ ଦେଖାଇ ୫ ସେଟ ବିଶିଷ୍ଟ ମୁକାବିଲାକୁ ୪-୬, ୬-୭(୪/୭), ୬-୪, ୭-୬(୭-୩) ଓ ୬-୩ରେ ବିଜୟୀ ହୋଇଥିଲେ। ଜେଭ୍ରେଭ୍ ପ୍ରଥମ ଦୁଇ ସେଟ୍ ମ୍ୟାଚ୍ ଜିତଥିବା ବେଳେ ତୃତୀୟ ସେଟ୍ରେ ମଧ୍ୟ ୩-୧ରେ ଆଗୁଆ ଥିଲେ। ଏପରି ସ୍ଥିତିରୁ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ଫ୍ରିଟ୍ଜ ଅନ୍ତିମ ୩ ସେଟ୍କୁ ଜିତି ନେଇଥିଲେ।
IPL 2025 ପାଇଁ ଆସିଲା ନୂଆ ନିୟମ, ଏବେ ଓ୍ବାଇଡ଼-ନୋ ବଲରେ ହେବ ନାହିଁ ବିବାଦ! BCCI ଆଣିଲା ନୂଆ ଟେକନିକ
ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗରେ ଆଉଟ-ନଟ ଆଉଟ କିମ୍ବା ଅନ୍ୟାନ୍ୟ ନିଷ୍ପତ୍ତିରେ ଯେପରି ତ୍ରୁଟିର ସୁଯୋଗ ନ ଥାଏ, ସେଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ସଚିନ ତେନ୍ଦୁଲକରଙ୍କୁ ପସନ୍ଦ ବଡା ପାଓ୍ବ, ବିଲ ଗେଟ୍ସଙ୍କୁ ବି ପସନ୍ଦ…
ନୂଆଦିଲ୍ଲୀ,୨୧।୩: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବିଲ ଗେଟ୍ସ ପ୍ରାୟତଃ ଭାରତ ଗସ୍ତରେ ଆସନ୍ତି। ତାଙ୍କୁ ପୂର୍ବରୁ ମଧ୍ୟ ଏଠାରେ ଦେଖାଯାଇଥିଲା, ମଜାଦାର...

କୋର୍ଟକୁ ଯିବା ପୂର୍ବରୁ କାହିଁକି ଚିତ୍କାର କରିଥିଲେ ଚହଲଙ୍କ ଏକ୍ସ ଓ୍ବାଇଫ, ଦେଖନ୍ତୁ ଭିଡିଓ
ମୁମ୍ବାଇ,୨୧।୩: ବାନ୍ଦ୍ରା କୋର୍ଟ ଯାଉଥିବା ସମୟରେ ଧନଶ୍ରୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରକାଶିତ କ୍ଲିପରେ, ଭିଡ଼ ଯୋଗୁଁ ଜଣେ ମହିଳା...

Rohit Sharmaଙ୍କ ସ୍ବର ବ୍ୟବହାର କଲା ପାକିସ୍ତାନ ଟି-୨୦ ଫ୍ରାଞ୍ଚାଇଜ, ରାଗିଗଲେ ଭାରତୀୟ ପ୍ରଶଂସକ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୨୧।୩: ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ବ୍ରାଡ ହଗ ନିକଟରେ ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନଙ୍କ ଇଂରାଜୀର ମଜା ଉଡାଇବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ।...

୧୩୦ ବର୍ଷର ଇତିହାସରେ ପ୍ରଥମଥର, IOC ମହିଳା ଅଧ୍ୟକ୍ଷ ହେଲେ କ୍ରିଷ୍ଟି କୋଭେଣ୍ଟ୍ରି, ଶୁଭକାମନା ଜଣାଇଲେ ଜୟ ଶାହା
ନୂଆଦିଲ୍ଲୀ,୨୧।୩: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ସଭାପତି ଜୟ ଶାହ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (IOC)ର ନବନିର୍ବାଚିତ ସଭାପତି କ୍ରିଷ୍ଟି କୋଭେଣ୍ଟ୍ରିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କ୍ରିଷ୍ଟି...

IPL 2025: ଘୋଷଣା ହେଲା ଅମ୍ପାୟାର୍ସଙ୍କ ଟିମ୍, ୭ ଜଣ ନୂଆ ବ୍ୟକ୍ତିଙ୍କୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ,୨୧।୩: BCCI IPL ୨୦୨୫ ପାଇଁ ଅମ୍ପାୟାରଙ୍କ ଦଳ ଘୋଷଣା କରିଛି। ଏହି ଦଳରେ ସାତ ଜଣ ନୂଆ ଭାରତୀୟ ଅମ୍ପାୟାରଙ୍କୁ ସାମିଲ କରାଯାଇଛି, ଯେଉଁମାନେ...

ସ୍ତ୍ରୀଙ୍କୁ ଛାଡପତ୍ରବେଳେ ଦେଲେ ୪.୭୫ କୋଟି ଟଙ୍କା: ଜାଣନ୍ତୁ ଚହଲଙ୍କ ମୋଟ ସମ୍ପତ୍ତି କେତେ
ମୁମ୍ବାଇ,୨୧।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଆଇନଗତ ଭାବରେ ଅଲଗା ହୋଇଯାଇଛନ୍ତି। ବାନ୍ଦ୍ରା ଫ୍ୟାମିଲି...

IPLରେ ଏମିତି ରେକର୍ଡ କରିଛନ୍ତି ବିରାଟ କୋହଲି, ଯାହା ଆଜି ପର୍ଯ୍ୟନ୍ତ କେହି କରିପାରିନାହାନ୍ତି
ନୂଆଦିଲ୍ଲୀ,୨୧।୩: ଗତ ଦଶନ୍ଧିରେ ବିରାଟ କୋହଲି ଆଇପିଏଲ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ଏପରି ବ୍ୟାଟିଂ କରିଛନ୍ତି ଯାହା ବହୁତ କମ ଦେଖାଯାଏ। ତାଙ୍କ ରେକର୍ଡ ବୁକରେ...