ରାଜଗାଙ୍ଗପୁର,୨୮।୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର କାଂଶବାହାଲ ଅଞ୍ଚଳର ନବଦୀପ କୌର (୩୧) ମିସେସ୍ ଇଣ୍ଡିଆ ୱାଲର୍ଡ ମୁକୁଟ ଜିଣିଛନ୍ତି। ସେ ହେଉଛନ୍ତି ଶିଳ୍ପପତି କମଲଦୀପ ସିଂଙ୍କ ସ୍ତ୍ରୀ। ବମ୍ବେସ୍ଥିତ ଦମନରେ ଗତ ୨୩ରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ ୱାଲର୍ଡ ୨୦୨୦-୨୧ ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବୁଧବାର ଘରକୁ ଫେରିବା ପରେ ସ୍ଥାନୀୟ କାଂଶବାହାଲ ବିଲେଇଗଡ଼ଛକ ନିକଟରେ ରାଜଗାଙ୍ଗପୁର ବିଧାୟକ ଡା. ସି.ଏସ୍. ରାଜନ ଏକ୍କା ଓ ଅନ୍ୟମାନେ ସମ୍ବର୍ଦ୍ଧନା ଦେଇଥିଲେ। ଗୃହିଣୀ ହେଲେ ମଧ୍ୟ ନିଜର ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା ସେ ଏହି ସଫଳତା ପାଇଛନ୍ତି। ଏହାର ଶ୍ରେୟ ସ୍ବାମୀ ଏବଂ ପରିବାରର ୧୫ ସଦସ୍ୟଙ୍କୁ ଦେଇଛନ୍ତି। ନବଦୀପ ଜଣେ ଉଚ୍ଚଶିକ୍ଷିତା। କମ୍ପ୍ୟୁଟର ବିଜ୍ଞାନରେ ବି.ଟେକ୍ ପାସ୍ କରିବା ସହ ଏମ୍ବିଏସ୍ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।