ମମତାଙ୍କ ଇସ୍ତଫା ପରେ ବିଜେଡିର ଚେତା ପଶିଲା, ଦଳୀୟ ନେତାଙ୍କୁ ପରାମର୍ଶ ଦେଇ ନବୀନ କହିଲେ…

ଭୁବନେଶ୍ୱର,୩।୮ (ଅନିଲ ଦାସ): ମୟୂରଭଞ୍ଜ ଜିଲା ବିଜେଡି ନେତୃବୃନ୍ଦ ଶୁକ୍ରବାର ସନ୍ଧ୍ୟାରେ ନବୀନ ନିବାସଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଜିଲାର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।
ଜିଲାର ସାମଗ୍ରିକ ବିକାଶ କ୍ଷେତ୍ରରେ ବିଜେଡି ସରକାର ସମୟରେ ନିଆଯାଇଥିବା ପଦକ୍ଷେପ ପାଇଁ ନବୀନଙ୍କ ନିକଟରେ ସେମାନେ କୃତଜ୍ଞତା ପ୍ରକାଶ କରିଛନ୍ତି। ଏଥିନେଇ ଧନ୍ୟବାଦ ଜଣାଇବା ସହ ନବୀନ କହିଛନ୍ତି, ଲୋକଙ୍କ ସହିତ ସମ୍ପର୍କକୁ ମଜଭୁତ କରନ୍ତୁ। ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଜିଲାରେ ବ୍ୟାପକ କରିବା ସଙ୍ଗେ ସଙ୍ଗେ ଦଳର ସଙ୍ଗଠନକୁ ଦୃଢ଼ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ପ୍ରତିନିଧି ଦଳରେ ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ମନ୍ତ୍ରୀ ବାସନ୍ତୀ ମୁର୍ମୁ, ପୂର୍ବତନ ବିଧାୟକ ରାଜକିଶୋର ଦାସ ଓ ଗଣେଶ୍ବର ପାତ୍ର, ଜିଲା ପରିଷଦ ସଭାପତି ଭାରତୀ ହାଂସଦା, ବିଧାୟକ ପ୍ରାର୍ଥୀ ସୋମନାଥ ସୋରେନ୍‌, ଦେବାଶିଷ ମାର୍ଣ୍ଡି, ରାଇସେନ ମୁର୍ମୁ, ପ୍ରୀତିନନ୍ଦା କାନୁନ୍‌ଗୋ, ଅନସୂୟା ପାତ୍ର, ବାରିପଦା ମ୍ୟୁନିସିପାଲିଟିର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଦେବାଶିଷ ମହାନ୍ତି ଓ ଜିଲାର ଅନ୍ୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।
ଜୁଲାଇ ୩୧ରେ ମମତା ମହାନ୍ତ ରାଜ୍ୟ ସଭା ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ। ମମତାଙ୍କ ଇସ୍ତଫା ପରେ ଦଳ ଉପରେ କୌଣସି ପ୍ରଭାବ ନାହିଁ ବୋଲି ଜିଲାର ଦଳୀୟ ନେତାମାନେ ବିଜେଡି ସଭାପତିଙ୍କୁ ଭେଟି ଏହି ବାର୍ତ୍ତା ଦେଇଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣି ଅନଲାଇନ୍ ପେମେଣ୍ଟ୍ କଲେ ପ୍ରଧନମନ୍ତ୍ରୀ; କହିଲେ ବଡ଼ କଥା

ଭୁବନେଶ୍ୱର,୨୦।୯: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ...

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା; ୨୩ରୁ ବର୍ଷା ପରିମାଣ ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର,୨୦।୯: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦେଶର ଉତ୍ତର ପଶ୍ଚିମ ଭାଗରୁ ପ୍ରଥମେ ଆସନ୍ତା...

ଓଡ଼ିଶା ପୁଣିଥରେ ଦେଖିବ ସରକାର ପରିବର୍ତ୍ତନ; କ୍ଷମତାକୁ ଆସିବ କଂଗ୍ରେସ: ସୋଫିଆ ଫିର୍ଦୋସ୍

ଭୁବନେଶ୍ୱର,୨୦।୯: ଓଡ଼ିଶାରେ ୨୪ ବର୍ଷରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ରହିବା ପରେ ସରକାର ପରିବର୍ତ୍ତନ ହୋଇଛି।ରାଜ୍ୟର ନୂତନ ସରକାର...

‘ବ୍ୟାଙ୍କରୁ ସୁଭଦ୍ରା ଟଙ୍କା ନ ଉଠାଇଲେ ସରକାର…’, ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି।...

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri