Posted inରାଜ୍ୟ

୩୦୦ କୋଟି ବନ୍ୟା ପ୍ୟାକେଜ ଘୋଷଣା କଲେ ନବୀନ

ଭୁବନେଶ୍ୱର,୧୧।୯(ବ୍ୟୁରୋ)-ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ବନ୍ୟା ଯୋଗୁ ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସହାୟତା ମିଳିବ। ସେହିପରି ଅଣଜଳସେଚିତ ଜମି ଲାଗି ହେକ୍ଟର ପିଛା ୬୮୦୦ ଟଙ୍କା ଇନପୁଟ ସବ୍‌ସିଡି ମିଳିବ। ଜଳସେଚନ ଜମି ପାଇଁ ୧୩ ହଜାର ୫୦୦ ଟଙ୍କା ଓ ବାରମାସି ଫସଲ ପାଇଁ ୧୮ ହଜାର ଟଙ୍କା ମିଳିବ। ସେହିପରି ବାରମାସୀ ଫସଲରେ ଆମ୍ବ, କାଜୁ, ନଡିଆ ଓ ପାନକୁ ଅର୍ନ୍ତଭୁକ୍ତ କରାଯାଇଛି। ପ୍ରକୃତ ଚାଷୀଙ୍କୁ ହିଁ ବନ୍ୟା ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୨୦ ହଜାର ବିହନ ମିନିକିଟ୍‌ ଯୋଗାଇ ଦିଆଯିବ। ୫୦ ପ୍ରତିଶତ ସବ୍‌ସିଡିରେ ଚାଷୀମାନଙ୍କୁ ୨୦୦୦ ପମ୍ପ ସେଟ ଦିଆଯିବ। ସେହିପରି ରବି ଫସଲ ପାଇଁ ଉନ୍ନତମାନର ବିହନ ଯୋଗାଇ ଦିଆଯିବ। ଏଥିପାଇଁ ଚାଷୀଙ୍କୁ ସର୍ବାଧିକ ୭୫ ପ୍ରତିଶତ ରିହାତି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡା. ହରିବାବୁ କମ୍ଭମ୍ପତି ଓଡ଼ିଶାର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ, ୨୪ା୧୨: ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ମିଜୋରାମର ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାରବ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।...

ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ

କେନ୍ଦୁଝର ୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ସମଗ୍ର ଜନ ସଂଖ୍ୟାର ଏକ ବୃହତ ଭାଗ ହେଉଛନ୍ତି ଶ୍ରମିକ ଆଉ ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ସର୍ବାଧିକ...

ପ୍ରତିଧ୍ୱନୀ ନୃତ୍ୟୋତ୍ସବ ୨୦୨୪ ପାଳିତ

ଭୁବନେଶ୍ଵର,୨୧।୧୨: ଗୁରୁ ଦେବପ୍ରସାଦ ନୃତ୍ୟ ଧାରା, ସିଙ୍ଗାପୁର ପକ୍ଷରୁ ପ୍ରଥମ ଥର ପାଇଁ ଭୁବନେଶ୍ବର ସ୍ଥିତ ଜିକେସିଏମ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନର ଉତ୍କଳ ରଙ୍ଗମଞ୍ଚରେ ନୃତୋତ୍ସବ”...

ଚିଟ୍ ଫଣ୍ଡ ସ୍କାମର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ,୨୪।୧୨: ଏକ ସମୟ ଏପରି ଥିଲା ଯେଉଁ ସମୟରେ ଓଡ଼ିଶାର ପ୍ରତ୍ୟେକ ଲୋକେ ଅଧିକ ଲାଭ ଆଶାରେ ଚିଟ୍ ଫଣ୍ଡରେ ଟଙ୍କା ନିବେଶ କରି ଠକାମିର...

ଚାଷୀଙ୍କ ପାଇଁ ବଡ଼ ଆଶ୍ବସ୍ତି: ଧାନର ମାନ କମ୍‌ ଥିଲେ ବି କିଣିବେ ସରକାର

ଭୁବନେଶ୍ୱର,୨୪।୧୨: ରାଜ୍ୟରେ ଅଦିନିଆ ବର୍ଷ କାରଣରୁ ବିଭିନ୍ନ ଜିଲାରେ ଧାନଚାଷୀମାନେ ସଂକଟରେ ପଡିଛନ୍ତି। ବର୍ତମାନ ଧାନ ଅମଳ ସହିତ ମଣ୍ଡିରେ ବିକ୍ରି ପ୍ରକ୍ରିୟା ଚାଲିଥିବା ବେଳେ...

ଧର୍ମେନ୍ଦ୍ରଙ୍କ ସହ ବିଜେଡି ନେତା, ରାଜନୀତିରେ ପୁଣି ଚହଳ!

ଭୁବନେଶ୍ୱର,୨୪।୧୨: ବରିଷ୍ଠ ସାମ୍ବାଦିକ ରୁବେନ ବାର୍ନାଜୀଙ୍କ ବହିରେ ବିସ୍ଫୋରକ ଖୁଲାସା ପରେ ରାଜନୀତିରେ ଚହଳ ପଡିଛି। ପାଣ୍ଡିଆନ ପଜଲ ଶୀର୍ଷକ ନାମକ ଅଧ୍ୟାୟ ଏବେ ସବୁଠି...

କଟକରେ ସ୍ଥାପନ ହେଲା ଅଟଳଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି

କଟକ,୨୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): କଟକ ବେଲଭ୍ୟୁ ଛକଠାରେ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ...

ପିସିସି ସଭାପତି ଚୟନକୁ ନେଇ ମୋକିମଙ୍କ ବଡ଼ ବୟାନ

ଭୁବନେଶ୍ୱର,୨୪।୧୨: କଂଗ୍ରେସ ପିସିସି ସଭାପତି ଚୟନ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ ସୋମବାର ଏକ ବଡ଼ ବୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri