‘ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଛନ୍ତି ନବୀନ ବାବୁ’: ଧର୍ମେନ୍ଦ୍ର

ବାଲେଶ୍ୱର,୧୮।୫: ଶନିବାର ବାଲେଶ୍ବରରେ ବିଶାଳ ସମାବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଭାଜପାର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଖୁବ ବର୍ଷିଛନ୍ତି। ”ଜଣେ ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଥିବା ସାଙ୍ଘାତିକ ଅଭିଯୋଗ ସେ ଲଗାଇଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, ”ନବୀନ ବାବୁଙ୍କୁ ଓଡ଼ିଶାରେ ଲୋକ ମିଳିଲେନି, ଜଣେ ଭଡ଼ାଟିଆକୁ ଆଣି ନେତା କରିଛନ୍ତି। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ଅପମାନିତ କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ପ୍ରଧାନମନ୍ତ୍ରୀ ସବୁ ରାଜ୍ୟକୁ ନମ୍ବର ୱାନ୍‌ କରିବେ, ମୋଦି ଗ୍ୟାରେଣ୍ଟି ସାହାଯ୍ୟରେ ଭାଜପା ୨୧ ଲୋକସଭା ଜିତିବ ଏବଂ ଓଡ଼ିଶାରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି।

ତେବେ ଶନିବାର ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ଏବଂ ମନମୋହନ ସାମଲ ଆଦି ଭାଜପାର ବରିଷ୍ଠ ନେତୃତ୍ୱ ଶନିବାର ବାଲେଶ୍ୱରରେ ଲୋକ ସଭା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ରୋଡ ଶୋ କରିବା ସହିତ ତାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

ଏହି ଅବସରରେ ଅପରାଜିତା କହିଥିଲେ, ଓଡ଼ିଶାରେ ଆଉଟସୋର୍ସ ସରକାର ଚାଲିଛି, ଆଉ ଜଣେ ସରକାର ଚଳାଉଛନ୍ତି। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ରେ ଲୋକ ନଥିଲେ। କାରଣ ରୋଡ୍ ସୋ’ରେ ମୁଖ୍ୟମନ୍ତ୍ରୀଙ୍କ ସହ ସାନ ବାବୁ ଯାଇଥିଲେ। ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ କେହି ଦଳୀୟ ପ୍ରାର୍ଥୀ ନଥିବା ନେଇ ଅପରାଜିତା ପ୍ରଶ୍ନ ଉଠହାଇଛନ୍ତି। ଏବଂ ପ୍ରଶ୍ନ କରିଛନ୍ତି କ’ଣ ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ। ଆମ ଭାଷାରେ ଯିଏ କହୁନି, ସେ କଣ ଆମ ସଂସ୍କୃତି, ସଭ୍ୟତା ବୁଝିବେ ବୋଲି ସେ କହିଥିଲେ।

Share