କୋଭିଡ ଯୁଦ୍ଧ ଜିତିବାକୁ ୩ ମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର,୬।୭(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦିନକୁ ଦିନ ମହାମାରୀ କରୋନା ରାଜ୍ୟରେ କାୟା ବିସ୍ତାର କରି ଚାଲିଛି। ତେବେ ଏହି ଯୁଦ୍ଧ ଜିତିବାକୁ ହେଲେ ନବୀନ ରାଜ୍ୟବାସୀଙ୍କୁ ୩ଟି ମନ୍ତ୍ର ଫୁଙ୍କିଛନ୍ତି। ତ୍ୟାଗ, ସଂଯମ ଓ ଶୃଙ୍ଖଳା ହେଲେ ଆମେ ଏହି ଯୁଦ୍ଧ ଜିତିପାରିବା ବୋଲି ନବୀନ ଆହ୍ବାନ ଦେଇଛନ୍ତି। ସେ ଆହୁରି କହିଛନ୍ତି, ରଥଯାତ୍ରା ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି। ପୁରୀବାସୀଙ୍କ ସଂଯମ, ତ୍ୟାଗର ତୁଳନା ନାହିଁ। କଟକଣାକୁ ମାନି ପୁରୀବାସୀ ବଡ଼ଦାଣ୍ଡକୁ ଓହ୍ଲାଇ ନାହାନ୍ତି। ପୁରୀ ଆଜି ସାରା ବିଶ୍ୱକୁ ବାଟ ଦେଖାଇଛି। କୋଭିଡ ଗାଇଡ ଲାଇନ କଡ଼ାକଡି ପାଳନ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି।

Share