ଗଣଶିକ୍ଷକଙ୍କୁ ଖୁସି ଖବର ଦେଲେ ନବୀନ: ବଢିଲା ଦରମା

ଭୁବନେଶ୍ୱର,୧।୩: ରାଜ୍ୟ ସରକାର ଗଣଶିକ୍ଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଟିଇଟି ପାସ୍‌ କରି ନ ଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ଶୁକ୍ରବାର ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି। ଫଳରେ ଗଣଶିକ୍ଷକଙ୍କ ଦରମା ୭ରୁ ବୃଦ୍ଧି ପାଇଁ ୧୦ ହଜାରରେ ପହଞ୍ଚିଛି। ରାଜ୍ୟର ମୋଟ ୧୧୨୧ ଶିକ୍ଷୟିତ୍ରିଶିକ୍ଷକ ଏହାଦ୍ୱାରା ଉପକୃତ ହେବେ। ସେହପିରି
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଓଟିଇଟି ପାସ କରିଥିବା ଗଣଶିକ୍ଷକ ମାନଙ୍କୁ Med ଶିକ୍ଷକ (ଏକ୍ସ କ୍ୟାଡର) ଭାବରେ ନିୟମିତ କରାଯିବ। ଏହାଦ୍ୱାରା ରାଜ୍ୟର ୧୪୭୨ ଗଣଶିକ୍ଷକ ଉପକୃତ ହେବେ। ଏହାସହିତ ଯେଉଁ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ମିଳୁ ନାହିଁ, ସେମାନଙ୍କ ମଧ୍ୟରୁ ଓଟିଇଟି ପାସ କରିଥିବା ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ପ୍ରଦାନ କରାଯିବ। ଏହାଦ୍ୱାରା ୯୫୨୦ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ଉପକୃତ ହେବେ।
ସୂଚନାଯୋଗ୍ୟ ଯେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଓ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକ ମାନେ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।