ବିଜେଡି ରାଜ୍ୟସଭା ଏମ୍‌ପିମାନଙ୍କୁ ନବୀନ ଦେଲେ ମେସେଜ୍‌, କହିଲେ ଏଥର…

ଭୁବନେଶ୍ୱର,୨୪।୬: ୨୪ ବର୍ଷ ପରେ ଓଡ଼ିଶାରେ ବିଜେଡିର ପତନ ଘଟିଛି। ବିଧାନସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିବା ପରେ ଭାଜପା ପ୍ରଥମ ଥର କ୍ଷମତାକୁ ଆସିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସୋମବାର ଦଳର ୯ ରାଜ୍ୟସଭା ଏମ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ନବୀନ ଦଳର ଏମ୍‌ପିମାନଙ୍କୁ ଏକଜୁଟ ହୋଇ ଦୃଢ ବିରୋଧୀ ଭାବରେ କାର୍ଯ୍ୟ କରିବାକୁ କହିଛନ୍ତି।

ବୈଠକ ପରେ ଖବରଦାତାମାନଙ୍କୁ ସୂଚନା ଦେଇ ବିଜେଡି ନେତା ସସ୍ମିତ ପାତ୍ର କହିଛନ୍ତି, ଏଥର ବିଜେଡି ଏମ୍‌ପିମାନେ କେବଳ ପ୍ରସଙ୍ଗ ଉପରେ କହିବାରେ ସୀମିତ ରହିବେ ନାହିଁ। ଯଦି କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କରନ୍ତି, ତେବେ ଆମେ ବିରୋଧ କରିବାକୁ ଆମେ ପଛେଇବୁ ନାହିଁ। ସଂସଦରେ ରାଜ୍ୟର ଅଧିକାର ପାଇଁ ଲଢେଇ କରିବାକୁ ଦଳର ସଭାପତି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସସ୍ମିତ କହିଛନ୍ତି।

Share