ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍‌: ବିବାଦୀୟ ବିଦା

ଭୁବନେଶ୍ୱର,୫।୬(ବ୍ୟୁରୋ): ନବୀନ ଗଢ଼ିଛନ୍ତି ନୂଆ ଟିମ୍‌। ସରକାରର ପଞ୍ଚମ ପାଳିରେ ମାଷ୍ଟରଷ୍ଟୋକ ଖେଳି ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ବଦଳାଇଛନ୍ତି ନବୀନ । ରବିବାର ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ୨୧ ଜଣ ମନ୍ତ୍ରୀ। ତେବେ ଏହି ନୂଆ ଟିମରେ ବହୁ ହେଭିଓ୍ବେଟ୍‌ ନେତାଙ୍କୁ ବାଦ ଦେଇଛନ୍ତି ନବୀନ। ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାଣ୍ଡିର୍ର୍, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନଙ୍କ ଭଳି ନେତାଙ୍କୁ ବାଦ ଦେଇଛନ୍ତି ନବୀନ ।

ତେବେ ବିଦାଦୀୟ ହୋଇପଡିଥିବା ନେତାଙ୍କୁ ବି ନୂଆ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଛି । ବିଭିନ୍ନ ପ୍ରସଙ୍ଗରେ ଛନ୍ଦି ହୋଇଥିବା ନେତାଙ୍କୁ ନୂଆ ଟିମରେ ସାମିଲ କରି ନାହାନ୍ତି ନବୀନ। ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା, ନୟାଗଡର ପରୀ ହତ୍ୟା ମାମଲା, କଳାହାଣ୍ଡି ମମିତା ମେହେର ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର ବିବାଦ ଘେରକୁ ଆସିଥିଲେ। ଏଣୁ ନୂଆ ଟିମରୁ ମନ୍ତ୍ରୀମାନଙ୍କୁ ବିଦା କରି ନବୀନ ବିରୋଧୀଙ୍କ ସ୍ବର ଚପାଇଦେବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି।

Share