୭୮ରେ ନବୀନ

ଭୁବନେଶ୍ୱର, ୧୬।୧୦: (ସୁନିତ୍‌ ମିଶ୍ର)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୭୮ ବର୍ଷ ବୟସରେ ପଦାର୍ପଣ କରିବେ। ହେଲେ ଚଳିତଥର ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ରବିବାର ସୂଚନା ଦେଇଛନ୍ତି। ଗତ ମାସରେ ତାଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଛନ୍ତି। ତେଣୁ ଏଥର ଶୁଭେଚ୍ଛା ଜଣାଇବା ଲାଗି ନବୀନ ନିବାସକୁ କେହି ନ ଆସିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ କିଛିବର୍ଷ ହେଲା ବିଭିନ୍ନ କାରଣ ସକାଶେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମଦିନ ପାଳନ କରୁନାହାନ୍ତି। କୋଭିଡ ସମୟରେ ମଧ୍ୟ ସେ ତାଙ୍କ ଜନ୍ମଦିନ ପାଳନ କରି ନ ଥିଲେ।

Share