Categories: ଜାତୀୟ

ନବୀନ ଜିନ୍ଦଲଙ୍କୁ ହତ୍ୟା ଧମକ: ପୋଲିସରେ ଏତଲା

ନୂଆଦିଲ୍ଲୀ,୨୯।୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଭାଜପାରୁ ବହିଷ୍କୃତ ହୋଇଥିବା ନବୀନ ଜିନ୍ଦଲଙ୍କୁ ଏବେ ହତ୍ୟା ଧମକ ମିଳିଛି। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ବୁଧବାର ନବୀନ ଜିନ୍ଦଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଡିସିପି ପୂର୍ବ ଦିଲ୍ଲୀ, ସାଇବର ସେଲ୍‌ ଏବଂ ଦିଲ୍ଲୀ ପୋଲିସ କମିଶନରଙ୍କୁ ତୁରନ୍ତ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି। ସୂଚନାଯୋଗ୍ୟ, ଏହି ଧମକ ନବୀନ ଜିନ୍ଦଲଙ୍କୁ ଇ-ମେଲ୍‌ ମାଧ୍ୟମରେ ଦିଆଯାଇଛି। ବୁଧବାର ସକାଳ ୬ଟା ୪୩ରେ ତାଙ୍କୁ ୩ଟି ଇ-ମେଲ୍‌ ଆସିଥିଲା। ଯେଉଁଥିରେ ଉଦୟପୁରର କହ୍ନେୟା ଲାଲଙ୍କ ତଣ୍ଟି କାଟିବାର ଏକ ଭିଡିଓକୁ ପଠାଯାଇଥିଲା। ସେଥିରେ ନବୀନ ଓ ତାଙ୍କ ପରିବାର ଲୋକଙ୍କ ମଧ୍ୟ ତଣ୍ଟି କାଟିବାକୁ ଧମକ ଦିଆଯାଇଛି। ଏନେଇ ନବୀନ ପୋଲିସରେ ଏତଲା ଦେଇଛନ୍ତି ବୋଲି ଟୁଇଟ କରି କହିଛନ୍ତି।

Share