ବଡ଼ଦାଣ୍ଡରେ ଲୀଳାମୟଙ୍କୁ ଚାହିଁ ହାତ ଯୋଡ଼ିଲେ ନବୀନ

ପୁରୀ,୭ା୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର । ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପହଞ୍ଚିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଠାକୁରଙ୍କୁ ଦେଖିବା ପରେ ଭାବବିହ୍ବଳ ହୋଇପଡ଼ିଥିଲେ। ସେ ଦୁଇହାତ ଯୋଡ଼ି ଠାକୁରଙ୍କୁ ଏକ ଲୟରେ ଚାହିଁ ରହିଥିଲେ। ଲୀଳାମୟଙ୍କୁ ଦେଖି ନବୀନ ବହୁତ ଖୁସି ହୋଇଯାଇଥିଲେ।

ସେହିପରି ଆଜି ମହାପ୍ରଭୁଙ୍କ ରଥଟଣା ଦେଖିବା ପାଇଁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ନେତୃବୃନ୍ଦ ବଡ଼ଦାଣ୍ଡକୁ ଆସି ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।