ଧର୍ମପାଲଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ଏମ୍‌ଡିଏଚ୍‌ର ମୁଖ୍ୟ ଧର୍ମପାଲ ଗୁଲାଟିଙ୍କ ନିଧନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି। ଏହି ଖବର ଶୁଣିସେ ଦୁଃଖିତ। ଭାରତୀୟ ଉଦ୍ୟୋଗୀ ଯାତ୍ରାର ସେ ଜଣେ ବିରଳ ଦୃଷ୍ଟାନ୍ତ। ଧର୍ମପାଲ ଏମ୍‌ଡିଏଚ୍‌ ମସଲାକୁ ଏକ ବ୍ରାଣ୍ଡରେ ପରିଣତ କରିଥିଲେ। ବ୍ୟବସାୟ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ସର୍ବଦା ମନେ ପକାଯିବ ବୋଲି ନବୀନ ତାଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି।

ପ୍ରକାଶ ଯେ, ୧୯୨୩ ମସିହା ମାର୍ଚ୍ଚ ୨୭ ତାରିଖରେ ଜନ୍ମିତ ଧର୍ମପାଲଙ୍କ ଗୁରୁବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। କରୋନାରୁ ସେ ସୁସ୍ଥ ହେବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି।

Share