ପାଣ୍ଡିଆନଙ୍କୁ ନେଇ ଗଣମାଧ୍ୟମ ଆଗରେ ଖୋଲାଖୋଲି ଏମିତି କହିଦେଲେ ନବୀନ

ଭୁବନେଶ୍ୱର,୮।୬: ବିଜେଡି ରାଜ୍ୟରେ ପରାଜୟ ହେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଗଣମାଧ୍ୟମ ଆଗରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ନବୀନ କହିଛନ୍ତି, ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା। ଦୀର୍ଘଦିନ କ୍ଷମତାରେ ରହିବା ପରେ ହାରିବାକୁ ସ୍ବୀକାର କରୁଛୁ। ପରାଜୟ ସତ୍ତ୍ବେ ରାଜ୍ୟବାସୀଙ୍କ ପାଇଁ ସେବା ଜାରି ରଖିବି।

ଏଥିସହ ପାଣ୍ଡିଆନଙ୍କୁ ନେଇ ନବୀନ କହିଛନ୍ତି, ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ। ସେ କୌଣସି ପଦ ପଦବୀରେ ନାହାନ୍ତି, ନିର୍ବାଚନ ଲଢ଼ି ନାହାନ୍ତି। ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହଁନ୍ତି ଆଉ ଥରେ ସ୍ପଷ୍ଟ କରୁଛି।
ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ। ନବୀନ ଅଫିସର ଭାବେ ପାଣ୍ଡିଆନ ୧୦ ବର୍ଷ ଭଲ କାମ କରିଛନ୍ତି। ବାତ୍ୟା ଓ କୋଭିଡ ସମୟରେ ଭଲ କାମ କରିଛନ୍ତି ପାଣ୍ଡିଆନ। ଭଲ କାମ କରି ଅବସର ନେଇ ରାଜନୀତିରେ ଯୋଗ ଦେଇଛନ୍ତି। ବିଜେଡହିରେ ଯୋଗ ଦେବା ପରେ ଦଳ ପାଇଁ ବହୁତ କାମ କରିଛନ୍ତି।
ପାଣ୍ଡିଆନ ଜଣେ ସଚ୍ଚୋଟ ଓ ଦକ୍ଷ ବ୍ୟକ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପ୍ରଥମ ଥର ଆୟୋଜନ ହେବ ‘ଉଦ୍ଭବ’, ସାମିଲ ହେବେ ୨୨ ରାଜ୍ୟର ଛାତ୍ରୀଛାତ୍ର

ଭୁବନେଶ୍ୱର,୧୧ା୧୧(ସୁନିତ୍‌ ମିଶ୍ର): ଓଡ଼ିଶାରେ ପ୍ରଥମ ଥର ଲାଗି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତି୍ୟକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’...

ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନିକିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡର ଦୁଇଟି ବିଧାନସଭା କ୍ଷେତ୍ର ଷଢ଼େଇକଳା ଖରସୁଆଁ...

ଅଦିନରେ ହ୍ୟୁଷ୍ଟନରେ ଗଡ଼ିଲା ନନ୍ଦିଘୋଷ ରଥ

ପୁରୀ/ଭୁବନେଶ୍ୱର, ୧୧ା୧୧ (ଅଜିତ୍‌ କୁମାର ମହାନ୍ତି/ ବନ୍ଦନା ସେଠୀ): ଆମେରିକାର ହ୍ୟୁଷ୍ଟନ ସହରରେ ନଭେମ୍ବର ୯ରେ ଅଦିନରେ ନନ୍ଦିଘୋଷ ରଥ ଗଡ଼ିଛି। ତେବେ ଉକ୍ତ ରଥରେ...

ଛତିଶଗଡ଼ରେ ଦୁର୍ଘଟଣା: ୩ ଓଡ଼ିଆ ଶ୍ରମିକ ମୃତ, ୧୨ ଆହତ

କୋଷାଗୁମୁଡା,୧୧।୧୧(ପ୍ରସାଦ ବିଷୋୟୀ): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ଛତିଶଗଡ଼ର ବକାୱଣ୍ଡ ରାଜନଗର ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପିକଅପ୍‌...

ଭୁବନେଶ୍ବର ଡେଲ୍‌ଟା ଛକରେ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ୱର,୧୦ା୧୧(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ରବିବାର ରାତି ସାଢେ ୧୦ରେ ଏକ ସଡକ ଦୁର୍ଘଟଣା ଘଟିଛି । ଜଣେ ଯୁବକ ଦ୍ରୁତ ଗତିରେ ଗାଡି ଚଲୁଥିବା...

ଅନାସ୍ଥା ଭୋଟ୍‌ ପୂର୍ବରୁ କୀଟନାଶକ ପିଇଲେ ସରପଞ୍ଚ

ବରଗଡ଼/ଗାଇସିଲେଟ୍‌,୧୦।୧୧(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତର ସରପଞ୍ଚ ଉର୍ମିଳା ସେଠ ରବିବାର କୀଟନାଶକ ପିଇ ଦେଇଛନ୍ତି।...

କଟ୍‌ନି ଛଟ୍‌ନି ବନ୍ଦ କରିବାକୁ ମଣ୍ଡିକୁ ଯିବେ ଭାଜପା ନେତା

ବରଗଡ଼,୧୦।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭାଜପା କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ଦଳର ଜିଲା କାର୍ଯ୍ୟାଳୟରେ ଧାନ ସଂଗ୍ରହ ଅଭିଯାନ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଝାଡ଼ଖଣ୍ଡ ନିର୍ବାଚନ: ପ୍ରଚାରରେ କେନ୍ଦୁଝର ନେତା

କେନ୍ଦୁଝର,୧୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ। ଆସନ୍ତା ୧୩ ଓ ୨୦ତାରିଖରେ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri