ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ, କହିଲେ ବଡ କଥା..

ଭୁବନେଶ୍ୱର,୨୨ା୭: ନିର୍ବାଚନ ପରେ ପୁଣିଥରେ ଭି.କେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଉପରେ ପ୍ରତିକ୍ରିୟା ଦେଇ ନବୀନ ବଡ ମନ୍ତବ୍ୟ ଦେଇଛନ୍ତି।

ନବୀନ ନିଜ ”ଏକ୍ସ’ ଆକାଉଣ୍ଟରେ ପାଣ୍ଡିଆନଙ୍କ ସପକ୍ଷରେ ପୋଷ୍ଟ କରି ଲେଖିଛନ୍ତି, ମିଷ୍ଟର ପାଣ୍ଡିଆନ ରାଜ୍ୟ ଓ ଦଳର ସେବା କରିଛନ୍ତି, ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ସେବା କରିଛନ୍ତି। ତାଙ୍କର ଏହି ଦକ୍ଷତା ଓ ନିଷ୍ଠା ପାଇଁ ସେ ଜଣା। ତେବେ ପ୍ରକାଶ ପାଇଥିବା ଖବର ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ, ମାନହାନୀସୂଚକ, ବିଭ୍ରାନ୍ତକାରୀ ଅଟେ।”

ଗତ ନିର୍ବାଚନରେ ପାଣ୍ଡିଆନ ଓଡ଼ିଶାରେ ଏକ ବଡ଼ ପ୍ରସଙ୍ଗ ପାଲଟିଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରେ ସେ ଦଳର ଦ୍ୱିତୀୟ ବୃହତ ନେତା ଭାବେ ଉଭା ହୋଇଥିଲେ। ଯାହାକୁ ପ୍ରସଙ୍ଗ କରି ରାଜ୍ୟରେ ଭାଜପା ସରକାର ଗଠନ କରିବାରେ ସକ୍ଷମ ହୋଇଛି। ପାଣ୍ଡିଆନଙ୍କ ପାଇଁ ପରାଜୟ ହେଲା ବୋଲି ମଧ୍ୟ ଅନେକ ବିଜେଡି ନେତା ମଧ୍ୟ ପରୋକ୍ଷରେ କହୁଛନ୍ତି।

ତେବେ ପ୍ରକାଶିତ ଖବରରେ କୁହାଯାଇଛି, ସଂସଦରେ ତଥା ରାଷ୍ଟ୍ରପତି ତଥା ଉପରାଷ୍ଟ୍ରପତିଙ୍କ ପାଇଁ ହେବାକୁ ଥିବା ନିର୍ବାଚନରେ ସମର୍ଥନ ପାଇବାକୁ ​​ଭାଜପା ନବୀନ ପଟ୍ଟନାୟକଙ୍କ ନିକଟରେ ପହଞ୍ଚିଛି। ରାଜ୍ୟସଭାରେ ଏନଡିଏ ସଂଖ୍ୟାଗରିଷ୍ଠତା ହରାଇଛି, ତେଣୁ ବିଲ୍ ପାସ୍ କରିବା ପାଇଁ ବିଜେଡିର ନଅ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ।

ଅନ୍ୟପଟେ ବିଧାନସଭାରେ ବିଜେଡିର ୫୧ ଜଣ ସଦସ୍ୟ ମଧ୍ୟ ଅଛନ୍ତି, ଯାହାର ପରବର୍ତ୍ତୀ ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନିର୍ବାଚନରେ ​​ଶାସକ ଦଳ ଚାହୁଁଛନ୍ତି। ଏସମ୍ପର୍କରେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତ ସପ୍ତାହରେ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ। ପଟ୍ଟନାୟକ ଶାହାଙ୍କୁ କହିଛନ୍ତି ଯେ ରାଜ୍ୟସଭାରେ ଏନଡିଏକୁ ସମର୍ଥନ କରିବେ ଏବଂ ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନିର୍ବାଚନରେ ​​ଯଦି ଭାଜପା ପାଣ୍ଡିଆନଙ୍କୁ ପ୍ରସଙ୍ଗ ନ କରିବାକୁ ଭାଜପା ପ୍ରତିଶୃତି ଦେବ।

ଏହା ସହିତ ପାଣ୍ଡିଆନ ବିଜେଡ଼ିକୁ ଭାଙ୍ଗିବାକୁ ଦିଲ୍ଲୀରେ ଡେରା ପକାଇଥିବା କୁହାଯାଇଛି। ଜଣେ ଶକ୍ତିଶାଳୀ କେନ୍ଦ୍ରମନ୍ତ୍ରୀନଙ୍କ ସାହାଯ୍ୟରେ ଏସବୁ ଚାଲିଛି। ରାଜ୍ୟରେ କିପରି ଭାଜପାର କ୍ଷମତା ବଢିବ ସେ ନେଇ ସେ ଅମିତ ଶାହଙ୍କ ସହିତ ଆଲୋଚନା କରିବାକୁ ଚାହୁଁଥିଲେ ମଧ୍ୟ ସାକ୍ଷାତ କରିବାକୁ ଅନୁମତି ପାଇଁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri