ବିଜୟାଦଶମୀରେ ଗୁରୁ ଦାୟିତ୍ୱ: 5T, ନବୀନ ଓଡ଼ିଶାର ଚେୟାରମ୍ୟାନ ଭାବେ ନିଯୁକ୍ତ ହେଲେ ଭି.କେ ପାଣ୍ଡିଆନ୍‌

ଭୁବନେଶ୍ୱର,୨୪।୧୦:ଚାକିରିରୁ ଅବସର ନେବାର ଗୋଟିଏ ଦିନ ପରେ ଭିକେ ପାଣ୍ଡିଆନ୍‌ଙ୍କୁ ବିଜୟାଦଶମୀରେ ଗୁରୁ ଦାୟିତ୍ୱ ମିଳିଛି। ତାଙ୍କୁ 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି। ଏହା ଏକ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା। ଫଳରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ।
ସୂଚନାଯୋଗ୍ୟ, ୨୦୦୦ ବ୍ୟାଚ ଆଇଏଏସ ଅଫିସର ଭି.କେ ପାଣ୍ଡିଆନ ଅକ୍ଟୋବର ୨୩ରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଗତ ୨୦ ତାରିଖରେ ସେ କେନ୍ଦ୍ରକୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ସର୍ବଭାରତୀୟ ସେବା ଆଇନ ୧୬(୨ଏ) ଅନୁସାରେ କେନ୍ଦ୍ର ମନ୍ତ୍ରଣାଳୟ ତାଙ୍କ ଅବସରକୁ ମଞ୍ଜୁର କରିଥିଲେ।

Share