ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ପୌର ନିର୍ବାଚନ ଲାଗି ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗୁରୁବାର ସକାଳ ୮ରୁ ପୌର ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ବିଏମ୍‌ସିର ୫୩ ନଂ ୱାର୍ଡରେ ମୁଖ୍ୟମନ୍ତ୍ରୀ ଭୋଟ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଚାଲି ଚାଲି ୫୩ ନଂ ୱାର୍ଡର ବୁଥ୍‌ରେ ପହଞ୍ଚିଥିଲେ। ଏହାପରେ ସେଠାରେ ଭୋଟର ତାଲିକାରେ ନାଁ ଥିବା ଚିହ୍ନଟ କରାଯିବା ପରେ ସେ ଭୋଟ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଭୋଟଦାନ ପାଇଁ ଭୋଟକେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Share