ବଜେଟ୍‌କୁ ନେଇ ପ୍ରଥମଥର ମୋଦିଙ୍କ ଉପରେ ରାଗିଗଲେ ନବୀନ ପଟ୍ଟନାୟକ, କହିଦେଲେ ଏମିତି…

ଭୁବନେଶ୍ୱର,୨୩।୭: କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବା ବେଳେ ପ୍ରଥମଥର ପାଇଁ କେନ୍ଦ୍ରର ଭାଜପା ସରକାରକୁ ଟାର୍ଗେଟ କରିଛନ୍ତି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ।

ନବୀନ କହିଛନ୍ତି, କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ । ଭାଜପା ନିଜ ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନବେଳେ ଭାଜପା ନେତା ବହୁ ବଡ଼ ବଡ଼ କଥା କହିଥିଲେ। କିନ୍ତୁ କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ କହିଲେ ନବୀନ ପଟ୍ଟନାୟକ। କେନ୍ଦ୍ର ସରକାର ନିର୍ବାଚନୀ ଇସ୍ତାହାରରେ ଓ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ପ୍ରତିଶ୍ରୁତି ଦେଇଥିଲା, ହେଲେ ତାହା ପୂରଣ କଲାନାହିଁ ।

ଆନ୍ଧ୍ର ଓ ବିହାର ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଲେ। ହେଲେ ପ୍ରତିଶ୍ରୁତି ଦେଇ ବି ଓଡ଼ିଶା କଥା ବିଚାର କଲେନି। ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଛି। ସ୍ବତନ୍ତ୍ର ଅନୁଦାନ ପାଇଁ ରାଜ୍ୟ ବାରମ୍ବାର ଅନୁରୋଧ କରିଆସୁଛି। ଅନ୍ୟ ରାଜ୍ୟ କଥା ଶୁଣିଲେ, ଓଡ଼ିଶା କଥା ଶୁଣିଲେନି। ରାଜ୍ୟ ସରକାର ବାରମ୍ବାର କୋଇଲା ରୟାଲିଟି ସଂଶୋଧନ ପାଇଁ ଦାବି କରୁଥିବା ବେଳେ ବଜେଟରେ ଏନେଇ କେନ୍ଦ୍ର ସରକାର କିଛି ସମାଧାନ କରିନାହାଁନ୍ତି । କୋଇଲା ରୟାଲିଟି କ୍ଷେତ୍ରରେ ରାଜ୍ୟ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ବ ହରାଉଥିବା କଥା ନବୀନ ପଟ୍ଟନାୟକ କହିଛନ୍ତି ।

Share