ନ୍ୟୁୟର୍କରେ ବିତିଥିଲା ଯୁବାବସ୍ଥା, ପାଶ୍ଚାତ୍ୟ ସଂସ୍କୃତିରେ ବଢ଼ିଥିବା ନବୀନ ଧଳା କୁର୍ତ୍ତା ପିନ୍ଧି ଲେଖିଥିଲେ ନୂଆ ରାଜନୈତିକ ଇତିହାସ

ଭୁବନେଶ୍ୱର,୫।୬: ଦୀର୍ଘ ୨୪ ବର୍ଷର ବିଜେଡି ଶାସନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ନିଜର ସ୍ବଚ୍ଛ ଏବଂ ନିର୍ମଳ ଭାବମୂର୍ତ୍ତିକୁ ନେଇ ଓଡ଼ିଶାବାସୀଙ୍କ ପ୍ରିୟ ପାଲଟିଥିବା ନବୀନ ପଟ୍ଟନାୟକ ଶେଷରେ ପରାଜିତ ହୋଇ ଇସ୍ତଫା ଦେଇଛନ୍ତି। ଗୋଟିଏ ପଟେ ବିଜେଡି ପରାଜୟର କାରଣ ଖୋଜୁଥିବା ବେଳେ ଭାଜପା ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ମାନସମନ୍ଥନ ଆରମ୍ଭ କରିଛି। କହିବାକୁ ଗଲେ ଭାଜପାର ବିଜୟକୁ ନେଇ ଯେତିକି ଚର୍ଚ୍ଚା ହେଉନାହିଁ ତାଠାରୁ ଅଧିକ ଚର୍ଚ୍ଚା ନବୀନଙ୍କ ପରାଜୟକୁ ନେଇ ହେଉଛି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ନବୀନ ପଟ୍ଟନାୟକ ଦୁଇ ଦଶକରୁ ଅଧିକ ସମୟ ଧରି ରହିଥିଲେ। ଏବେ ୭୮ ବର୍ଷର ହୋଇଥିବା ନବୀନ ଯଦି ଆଗାମୀ ନିର୍ବାଚନ ଜିତି ଯାଇଥାନ୍ତେ ତେବେ ମୁଖ୍ୟମନ୍ତ୍ରୀ ଭାବେ ଏହା ତାଙ୍କର ଅନ୍ତିମ ଇନିଂସ ହୋଇଥାନ୍ତା। ସେ ତାଙ୍କ ପରେ କୌଣସି ପାରିବାରିକ ଉତ୍ତରାଧିକାରୀ ରଖିନାହାନ୍ତି। ତେବେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ପବନ କୁମାର ଚାମଲିଂଙ୍କ ସବୁଠାରୁ ଅଧିକ ବର୍ଷ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡକୁ ଭାଙ୍ଗି ଦେଇଥାନ୍ତେ। ବିଗତ ବର୍ଷ ଦେଖିଲେ ରାଜନୀତିରେ ନବୀନଙ୍କ ପ୍ରବେଶ ଏକ ଦୁର୍ଘଟଣା ଭଳି। କାରଣ ସେ ରାଜନୀତିରୁ ଦୂରରେ ରହି ନିଜର କଳା-ସଂସ୍କୃତି ଏବଂ ଲିଖନରେ ନିଜର ପ୍ରତିଭା ଦେଖାଇବାକୁ ଇଚ୍ଛୁକ ଥିଲେ।

୧୯୯୭ ଏପ୍ରିଲ ୧୭ରେ ହୃଦଘାତ୍‌ରେ ବିଜୁ ପଟ୍ଟନାୟକଙ୍କ ପରଲୋକ ଘଟିଥିଲା। ତାଙ୍କ ଦେହାନ୍ତ ପରେ ଆସିକା ଲୋକ ସଭା ଆସନ ଖାଲି ପଡ଼ିଥିଲା। ଏହି ଆସନରେ ଉପନିର୍ବାଚନ ହେବାର ଥିଲା। ଯେଉଁଥିପାଇଁ ଜନତା ଦଳ ପ୍ରଥମେ ପଟ୍ଟନାୟକଙ୍କ ବ୍ୟବସାୟର ଏବଂ ବଡ଼ ପୁଅ ପ୍ରେମ ପଟ୍ଟନାୟକଙ୍କୁ ନିର୍ବାଚନ ଲଢ଼ିବାକୁ କହିଥିଲେ। ହେଲେ ସେ ବ୍ୟକ୍ତିଗତ କାରଣକୁ ନେଇ ମନା କରିଦେଇଥିଲେ। ଏହାପରେ ବିଜୁଙ୍କ ଝିଅ ଗୀତା ମେହେଟ୍ଟାଙ୍କ ନାମ ଉପରେ ବିଚାର କରାଯାଇଥିଲା। ହେଲେ ସେତେବେଳେ ସେ ଆମେରିକାରେ ଥିଲେ। ପରେ ତାଙ୍କ ସାନ ପୁଅ ନବୀନ ପଟ୍ଟନାୟକଙ୍କ ନାମ ଉପରେ ଚର୍ଚ୍ଚା ହୋଇଥିଲା।

ରାଜନୈତିକ ପରିବାରର ଥିଲେ ହେଁ ସେତେବେଳେ ନବୀନ କଳା, ସଂସ୍କୃତି ଏବଂ ଲିଖନ ପ୍ରତି ଆକର୍ଷିତ ଥିଲେ। ଜିନ୍ସ ଟିଶର୍ଟ ପିନ୍ଧୁଥିଲେ। ହେଲେ ରାଜନୀତିକୁ ଆସିବା ପରେ ତାଙ୍କର ପରିଧାନ ବଦଳିଥିଲା। ସେ କୁର୍ତ୍ତା ପାଇଜାମା ପିନ୍ଧିଥିଲେ। ବାପାଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ଆସନରୁ ସେ ନିର୍ବାଚନ ଲଢ଼ିଥିଲେ। ବିଜେତା ହୋଇଥିଲେ। ୧୯୯୭ରେ ସେ ଜନତା ଦଳରୁ ଅଲଗା ହୋଇ ବିଜୁ ଜନତା ଦଳ(ବିଜେଡି) ଗଠନ କରିଥିଲେ।

ନବୀନ ପଟ୍ଟନାୟକଙ୍କ ପ୍ରାରମ୍ଭିକ ଶିକ୍ଷା ଡୁନ୍‌ ସ୍କୁଲରୁ ହୋଇଥିଲା। ଇନ୍ଦିରା ଗାନ୍ଧୀଙ୍କ ସାନ ପୁଅ ସଞ୍ଜୟ ଗାନ୍ଧିଙ୍କ ସହ ସେ ପଢ଼ୁଥିଲେ। କଳା ପ୍ରତି ସେ ଏତେ ଆକୃଷ୍ଟ ଥିଲେ ଯେ ଓବରୟ ହୋଟେଲ୍‌ରେ ବୁଟିକ୍‌ ଚଳାଉଥିଲେ। ୨୦୦୦ରେ କଂଗ୍ରେସକୁ ଶାସନ କ୍ଷମତାରୁ ବାହାର କରିବା ପରେ ଲଗାତର ଭାବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଓଡ଼ିଶାରେ ଏବେ ମୁଖ୍ୟ ନିର୍ବାଚନୀ ଟକ୍କର ବିଜେଡି ଏବଂ ଭାଜପା ମଧ୍ୟରେ ହେବ।

ନବୀନ ପଟ୍ଟନାୟକଙ୍କ ପିଲାଦିନ ଓଡ଼ିଶାଠାରୁ ଦୂରରେ ବିତିଥିଲା। ଡୁନ୍‌ ସ୍କୁଲରେ ପାଠପଢ଼ା ଯୋଗୁ ସେ ଘରଠାରୁ ଓଡ଼ିଆ ଖାଦ୍ୟପେୟ ଏବଂ ସଂସ୍କୃତିଠାରୁ ଦୂରରେ ରହିଥିଲା। ଏହାର ପ୍ରଭାବ ତାଙ୍କ ମାତୃଭାଷା ଉପରେ ପଡ଼ିଥିଲା। ସେ ଆଜି ବି ଠିକ୍‌ଭାବେ ଓଡ଼ିଆରେ କଥା କହିପାରୁ ନ ଥିବାରୁ ସମାଲୋଚିତ ହୁଅନ୍ତି। ସ୍କୁଲରେ ତାଙ୍କୁ ସହପାଠୀ ପପ୍ପୁ ବୋଲି ଡାକୁଥିଲେ। ଯୁବାବସ୍ଥା ତାଙ୍କର ନ୍ୟୁୟର୍କରେ ବିତିଥିଲା। ପାଶ୍ଚ୍ୟାତ୍ୟ ସଂସ୍କୃତିରେ ବଢ଼ିଥିଲେ ହେଁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାରେ ରହିଥାଏ। ସେ ବେଶ ଭଲ ଇଂରାଜୀ କହିପାରନ୍ତି। ସେ ବିବାହ କରିନାହାନ୍ତି, ଅବିବାହିତ। ଏବେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଏକ ଯୁଗର ଅବସାନ ହେଲା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri