Posted inରାଜ୍ୟ

ଏନଡିଏକୁ ଫେରିବେ ନବୀନ ! ପୁରଣ ହେବ ମୋଦିଙ୍କ ୪୦୦ ଆସନ ଜିତିବା ସ୍ବପ୍ନ

ଭୁବନେଶ୍ୱର,୭।୩: ଦୀର୍ଘ ୧୫ ବର୍ଷ ପରେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ବିଜେଡି ଫେରୁଥିବା ଚର୍ଚ୍ଚା ହେଉଛି। ୨୦୨୪ ନିର୍ବାଚନରେ ଏକାକୀ ୩୭୦ ଏବଂ ଏନଡିଏ ୪୦୦ ଆସନ ଜିତିବା ଲକ୍ଷରେ ଥିବା ଭାଜପା ଏହାର ପୁରୁଣା ସହଯୋଗୀ ମାନଙ୍କୁ ନିଜ ସହିତ ଏବେ ସାମିଲ କରିବାରେ ଲାଗିଛି। ଏହି ଧାରାରେ ବିଜେଡି ଏବେ ଭଜାପରେ ସାମିଲ ହେଉଥିବା ଜୁହାଯାଉଛି।

ବର୍ତ୍ତମାନ ସୁଦ୍ଧା ଏଚଡି. ଦେବ ଗୌଡାଙ୍କ ଜନତା ଦଳ(ସେକୁଲାର), ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ ଏବଂ ନୀତିଶ କୁମାରଙ୍କ ଜନତା ଦଳ(ୟୁନାଇଟେଡ) ଏନଡିଏକୁ ଫେରି ସାରିଛନ୍ତି।

ବର୍ତମାନ ଉତ୍ତର ଭାରତରେ ଭାଜପା ୮୧ ପ୍ରତିଶତ ସିଟ୍ ଏବଂ ପଶ୍ଚିମ ୬୫ ପ୍ରତିଶତ ସିଟ୍ ସହିତ ସର୍ବାଧିକ ଲୋକସଭା ଆସନରେ ବିଜୟୀ ହୋଇଥିଲା ବେଳେ ଦଳ ପୂର୍ବ ୪୭ ପ୍ରତିଶତ ସିଟ୍ ଏବଂ ଦକ୍ଷିଣରେ ୨୩ ପ୍ରତିଶତ ସିଟ୍ ବିସ୍ତାର କରିବାକୁ ଚାହୁଁଛି। ଏଥିପାଇଁ ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି ସହ ଭାଜପା ଆଲୋଚନା କରୁଥିବା ଜଣାପଡିଛି। ଏବଂ ଏହାର ରଣନୀତିଜ୍ଞମାନେ ଆଶା କରୁଛନ୍ତି ଯେ ବିଜେଡି ସହିତ ମେଣ୍ଟ କରି ଓଡିଶାରେ ଏହାର ଆସନ ସଂଖ୍ୟା ବଢାଇବ ଏବଂ ନିଜ ସହିତ ଇଉ ଏକ ଡଜନ ଆସନ ଯୋଗ କରିବେ।

ବିଜେଡି ୧୯୯୭ରେ ପ୍ରତିଷ୍ଠା ହୋଇଥିଲା ବେଳେ ୨୦୦୦ରେ ଭାଜପା-ବିଜେଡି ମିଶି ଓଡ଼ିଶାରେ ୧୦୬ ଆସନରେ ବିଜୟ ସହିତ ସରକାର ଗଠନ କରିଥିଲେ। ତେବେ ୨୦୦୪ରେ କେନ୍ଦ୍ରରେ ଏନଡିଏ ହାରିଯିବା ପରେ ଓଡ଼ିଶାରେ ଭାଜପାର ଆସନ ସଂଖ୍ୟା ହ୍ରାସ ପାଇଥିଲା। ଆଉ ୨୦୦୯ରେ ଆସନ ବୁଝାମଣା ହୋଇ ନ ପାରିବାରୁ ଉଭୟ ସହଯୋଗୀ ଅଲଗା ହୋଇ ଯାଇଥିଲେ।

୨୦୦୯ ଲୋକସଭା ନିର୍ବାଚନରେ ଭାଜପା ପୃଥକ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରି ଅମାନତ ହରାଇଥିଲା। ସାଧାରଣ ନିର୍ବାଚନ ସହିତ ଏକ ସମୟରେ ଅନୁଷ୍ଠିତ ରାଜ୍ୟ ନିର୍ବାଚନରେ ପଟ୍ଟନାୟକ ବାଜି ମାରି ନେଇଥିଲେ। ବିଧାନସଭାରେ ବିଜେଡି ୧୦୩ ଟି ଆସନ ଜିତିଥିବା ବେଳେ ଭାଜପା ମାତ୍ର ୬ ଟି ଆସନ ଜିତିଥିଲା।

୨୦୧୪ରେ ସମଗ୍ର ଭାରତରେ ମୋଦି ହାୱା ଦେଖିବାକୁ ମିଳିଥିଲା ବେଳେ ଓଡ଼ିଶାରେ ବିଜେଡି ୨୦ ଲୋକସଭା ଆସନରେ ବିଜୟୀ ହୋଇଥିଲା। ଯେତେବେଳେ କି ବିଧାନସଭାରେ ଭାଜପା ମାତ୍ର ୨୦ ଆସନରେ ବିଜୟୀ ହୋଇଥିଲା। ଏଥର ବିଜେଡି ବିଧାନସଭାରେ ରେକର୍ଡ ୧୧୭ ଆସନରେ ବିଜୟୀ ହୋଇଥିଲା।

ସେହିଭଳି ୨୦୧୯ରେ ମଧ୍ୟ ଓଡ଼ିଶାରେ ବିଜେଡି ଆଗରେ ଫେଲ ମାରିଥିଲା ଭାଜପା। ତେବେ ଲୋକସଭାରେ ବିଜେଡିର ଆସନ ସଂଖ୍ୟା ୧୨ ଖସି ଆସିଥିଲା। ବିଧାନସଭରେ ମଧ୍ୟ ଅଳ୍ପ କିଛି ଆସନ ଖସି ୧୧୨ ସିଟରେ ଜିତିଥିଲା।

ବର୍ତମାନ ଦୁଇ ଦଳ ମଧ୍ୟରେ ମେଣ୍ଟ ହେଉଥିବା ଚର୍ଚ୍ଚା ହେଉଥିଲା ବେଳେ ସିଟ୍ ଶେୟାରିଂ ଫର୍ମୁଲା କିଛି ଜଣାପଡି ନାହିଁ। କୁହାଯାଉଛି ଆସନ ବୁଝାମଣା ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି।

ଅନ୍ୟପଟେ ରାଜ୍ୟରେ ଏବେ କଂଗ୍ରେସ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଥିଲା ବେଳେ ମେଣ୍ଟ ହେଲେ ଏକମାତ୍ର ବିରୋଧୀ ଦଳ ହୋଇ ରହିବ। ଯାହା ଦଳକୁ ରାଜ୍ୟରେ ଶକ୍ତି ଜୁଟାଇବାକୁ ସୁଯୋଗ ଦେବ। ତେବେ ଏହି ସୁଯୋଗକୁ ଦଳ କିପରି ଉପଯୋଗ କରୁଛି ତାହା ଆଗକୁ ଦେଖିବାକୁ ପଡିବ।

 

 


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍କ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri