ନବୀନ ପଟ୍ଟନାୟକଙ୍କ ନୋମିନି ଘୋଷଣା: ଜାଣନ୍ତୁ କିଏ ହେଲେ…

ହିଞ୍ଜିଳିକାଟୁ, ୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ବ୍ଲକ, ପୌରାଞ୍ଚଳ ଓ ଜିଲା ପରିଷଦ ନିମନ୍ତେ ନୋମିନି ଘୋଷଣା କରିଛନ୍ତି। ଗତ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡି ପକ୍ଷରୁ ଢେର ପରିବର୍ତ୍ତନ କରାଯାଇଛି। ପୂର୍ବତନ ପ୍ରଶାସକ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଜିଲା ପରିଷଦ ନୋମିନି କରି ଗତ ୧୦ ବର୍ଷ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱରେ ରଖିଥିଲେ। ବର୍ତ୍ତମାନ ଏହି ନୋମିନି ଦଳର ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି।

ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ବ୍ଲକର ନୋମିନି ଭାବେ ଜିଲା ପରିଷଦ ସଭ୍ୟ ଏ ସୁଦର୍ଶନ, ଶେରଗଡ଼ ବ୍ଲକ ନୋମିନି ଭାବେ ଦିଗାମ୍ବର ନାହାକ ଓ ହିଞ୍ଜିଳିକାଟୁ ପୌର ପରିଷଦ ନୋମିନି ଭାବେ ପ୍ୟାରୀମୋହନ ପାଢିଙ୍କୁ ଚୟନ କରାଯାଇଛି। ଏ ନେଇ ବିରୋଧୀ ଦଳ ନେତାଙ୍କ ପ୍ରାଇଭେଟ ସେକ୍ରେଟାରୀ ଆଦିତ୍ୟ ମହାପାତ୍ର ଚିଠି ଦ୍ବାରା ଗଞ୍ଜାମ ଜିଲାପାଳଙ୍କୁ ଜଣାଇଛନ୍ତି। ସୋମବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଜେଡିର ଆଗଧାଡିର ବହୁ ନେତା ଭୁବନେଶର ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବା ପରେ ଏହି ଘୋଷଣା ହୋଇଛି। ଖୁବଶୀଘ୍ର ପୌରାଞ୍ଚଳ ଓ ବ୍ଲକର ସଭାପତି ପଦବୀ ମଧ୍ୟ ଘୋଷଣା ହେବ ବୋଲି ଦଳୀୟ ନେତାଙ୍କ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ଗୌରବ, ଦମନକୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୮।୧୦: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଦମନ ପୁରସ୍କୃତ ହୋଇଛି। ଦିଲ୍ଲୀ...

ପିଲାମାନଙ୍କ ବୌଦ୍ଧିକ ବିକାଶରେ ଜେଜେ ମା’-ବାପାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

କେସିଙ୍ଗା ତା୮.୧୦(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କେନ୍ଦୁପଡାସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲରେ ଅଧ୍ୟକ୍ଷା ଅର୍ଚ୍ଚନା ଅଗ୍ରୱାଲଙ୍କ ନେତୃତ୍ୱରେ ସ୍କୁଲର ସଭାଗୃହରେ ଜେଜେ ମା’-ଜେଜେ ବାପା...

ପୋଖରୀରୁ କୁନି ହାତୀ ଛୁଆର ମୃତଦେହ ଉଦ୍ଧାର କଲା ବନବିଭାଗ

ବାରିପଦା,୮।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ରେଂଜ ଅଞ୍ଚଳର ଏକ ପୋଖରୀ ଭିତରୁ ହାତୀ ଛୁଆର ମୃତଦେହକୁ ବନବିଭାଗ ଉଦ୍ଧାର କରିଛି। ତିନି-ଚାରି ଦିନ...

୧୩ ଥାନାରେ ନାହିଁ ସିସିଟିଭି

ଭୁବନେଶ୍ୱର,୮।୧୦: ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି ବେଳେ ବଡ଼ ବୟାନ ଦେଇଛନ୍ତି ଏଡିଜି ଦୟାଲ ଗଙ୍ଗୱାର୍‌। ୧୩ଟି ଥାନାରେ ସିସିଟିଭି ନ ଥିବା ଗଙ୍ଗୱାର୍‌...

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

କେନ୍ଦୁଝର,୮।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପାଟଖଳି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଖାଦ୍ୟ ଅନ୍ବେଷଣରେ ଗ୍ରାମ ନିକଟକୁ...

ସାବଧାନ ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟରେ…

କଟକ,୮।୧୦: ନକଲିର ଗନ୍ତାଘର କଟକ ସହର। ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ କାରବାର ଖବର। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ଦଶହରା...

ଯନ୍ତ୍ରୀଙ୍କ ଆଖିଖୋସି ହୋଇଗଲା ଭଳି ସମ୍ପତି : କୋଟି କୋଟି ଟଙ୍କାର….

ଭୁବନେଶ୍ୱର,୮।୧୦: ତେଲ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୩୩୦୦ ବର୍ଗଫୁଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri