ଟ୍ରେନିଂ ଦେବେ ନବୀନ ହେଲେ ଯୋଗ ଦେବନି ବିଜେଡି!

ଭୁବନେଶ୍ୱର,୧୪।୮: ଟ୍ରେନିଂ ନେବେ ବିଧାନସଭାର ନବ ନିର୍ବାଚିତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ପ୍ରମୁଖ ନୂଆ ବିଧାୟକଙ୍କୁ ବିଧାନସଭାର କାର୍ଯ୍ୟବିଧି ଓ ଦାୟିତ୍ୱ ସମ୍ପର୍କରେ ଟ୍ରେନିଂ ଦେବେ । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ନୂଆ ବିଧାୟକ ।

ବିଧାୟକ ନେବେ ଟ୍ରେନିଂ । ପ୍ରଶିକ୍ଷଣ ଦେବେ ନବୀନ, ନଡ୍ଡା, ନରସିଂହ ଓ ଧର୍ମେନ୍ଦ୍ର । ଦୁଇ ଦିନ ଧରି ଏହି ପ୍ରଶିକ୍ଷଣ କ୍ଲାସ ଜାରି ରହିବ । ବିଧାନସଭାର କାର୍ଯ୍ୟବିଧୀ, କମିଟି ବ୍ୟବସ୍ଥା, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ପଏଣ୍ଡ ଅଫ ଅର୍ଡର ସହ ବିଭିନ୍ନ କାର୍ଯ୍ୟଶୈଳୀ ବିଷୟରେ ଜାଣିବେ ନୂଆ ବିଧାୟକ। ଆସନ୍ତା ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ବିଧାନସଭାରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ୫ ଥର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କିରଣ ରିଜିଜୁ, ଜୁଏଲ ଓରାମ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ଦେବେ ପ୍ରଶିକ୍ଷଣ ।

ସପ୍ତଦଶ ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ୮୪ ଜଣ ବିଧାୟକ । ଭାଜପାରୁ ସର୍ବାଧିକ ୫୪ ଜଣ ଥିବାବେଳେ, ବିଜେଡିରୁ ୧୮, କଂଗ୍ରେସରୁ ୯ ଓ ୩ ଜଣ ସ୍ବାଧୀନ ବିଧାୟକ ନୂଆ କରି ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ ବିଧାୟକମାନେ କିଭଳି ଜଣେ ପ୍ରଭାବୀ ବିଧାୟକ ହୋଇପାରିବେ ଓ ବିଭିନ୍ନ ବିଷୟରେ ଗୃହର ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେବେ ସେନେଇ ଟ୍ରେନିଂ ଦିଆଯିବ ।

ତେବେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବନି ବିଜେଡି । ଏନେଇ ପ୍ରେସମିଟ୍‌ କରି ଖୋଲାଖୋଲି ମନା କରିଛି ଦଳ। ବିରୋଧୀଦଳ ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି, ବିଧାନସଭାର ଏହି କାର୍ଯ୍ୟକ୍ରମକୁ CM ଉଦଘାଟନ କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବାଚସ୍ପତି ଉଦଘାଟନ କରନ୍ତି। କିନ୍ତୁ ଏଠି ଭାଜପା ନେତା ଉଦଘାଟନ ଓ ଉଦଯାପନ କରିବେ। ବିଧାନସଭା କାମରେ ବାହାର ନେତା କିଛି କରିବା ଅଶୋଭନୀୟ। ଏଭଳି କାର୍ଯ୍ୟରୁ କ୍ଷାନ୍ତ ରୁହନ୍ତୁ ନଚେତ ବିଜେଡି ଯୋଗ ଦେବନି ବୋଲି କହିଛନ୍ତି ପ୍ରତାପ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

ଶନିବାର, ରବିବାର ସରକାରୀ ଛୁଟି ବାତିଲ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୫ା୧୦(ଅନିଲ ଦାସ): ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri