କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୬(ବ୍ୟୁରୋ): କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା ଅବସରରେ ମଙ୍ଗଳବାର ସେ ସଂକ୍ରମଣ ହାର ଅଧିକ ଥିବା ଜିଲାରେ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଘରକୁ ଘର ବୁଲି ସର୍ଭେକୁ ଆହୁରି ତ୍ୱରାନ୍ବିତ କରାଯାଉ। ତୃତୀୟ ଲହର ପ୍ରସ୍ତୁତି ନେଇ ଡାକ୍ତରଙ୍କ ତାଲିମକୁ ପ୍ରାଥମିକତା ଦିଆଯାଉ। ଟିକାକରଣ ଏବଂ ଶିଶୁମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Share