ବସିବ ପଞ୍ଚମ ପାଳିର ଶେଷ ବୈଠକ, ମନ୍ତ୍ରୀମଣ୍ଡଳ ଭଙ୍ଗ ନେଇ ହୋଇପାରେ ଆଲୋଚନା

ଭୁବନେଶ୍ୱର,୩।୬: ଓଡ଼ିଶାରେ ଜୁନ ୧ରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ସରିବାର ୨ଦିନ ପରେ ଅର୍ଥାତ୍‌ ସୋମବାର BJD ସରକାରଙ୍କର ପଞ୍ଚମ ପାଳିର ଶେଷ ବୈଠକ ବସିବାକୁ ଯାଉଛି। ଆଉ କିଛି ସମୟ ପରେ ଏହି ବୈଠକ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ମନ୍ତ୍ରିମଣ୍ଡଳ ଭଙ୍ଗ ନେଇ ଆଲୋଚନା ହୋଇପାରେ।

କହିରଖୁଛୁ କି, ଜୁନ ୪ ଅର୍ଥାତ୍‌ ମଙ୍ଗଳବାର ଲୋକ ସଭା ଓ ବିଧାନସଭା ୨୦୨୪ର ରେଜଲ୍ଟ ଆସିବାକୁ ଯାଉଛି। ତେବେ ଏହା ଭୋଟ ଗଣତି ପୂର୍ବରୁ ଶେଷ ବୈଠକ ବୋଲି ଜଣାପଡିଛି।

Share