ନବୀନଙ୍କ ବଢୁଛି ଟେନଶନ, ରୋକିବାର ନା ନେଉନି ବିଜେଡିର ଗୋଷ୍ଠୀ କନ୍ଦଳ

ଭୁବନେଶ୍ୱର,୧୫।୧୦: ୨୪ବର୍ଷ ଶାସନରେ ଥିବା ବିଜେଡିକୁ ଏବେ ଘାରିଛି ଗୋଷ୍ଠୀ କନ୍ଦଳର ଡର। କ୍ଷମତା ଗଲା ପରେ ଗୋଟିଏ ଦଳରେ ଏ କେଉଁ ପ୍ରକାର ପରିସ୍ଥିତି ଦେଖାଯାଏ ତା’ର ଉଦାହରଣ ପାଲଟିଛି ବିଜେଡି। ଦିନ ଥିଲା ବିଜେଡିକୁ ଆସିବାକୁ ନେତାଙ୍କ ଲାଇନ୍‌ ଲାଗୁଥିଲା। ଆଉ ସୁଯୋଗ ମିଳିଲେ ନେତାଏ ଗୋଟିଏ ଘଣ୍ଟାରେ ଦଳ ଡେଉଁଥିଲେ। ଏବେ କିନ୍ତୁ କ୍ଷମତା ଗଲା ପରେ ଏବେ ବଡ଼ ଗୋଷ୍ଠୀ କନ୍ଦଳ ଦେଇ ଗତି କରୁଛି ଦଳ। ଜଣ ପରେ ଜଣେ ନେତା ଏବେ ଭାଜପା ମୁହାଁ ହେଉଛନ୍ତି। ପ୍ରଥମେ ଦୁଇ ଏମପି ଦଳ ପରିବର୍ତ୍ତନ କରିବା ପରେ ପରେ ଭାଜପାରୁ ବିଜେଡିକୁ ଆସିଥିବା ପ୍ରକାଶ ବେହେରାଙ୍କ ଇସ୍ତଫା ବିଜେଡିକୁ ଜୋରଦାର ଝଟକା ଦେଇଛି। ଏହାରି ଭିତରେ ଅମର ଶତପଥୀଙ୍କ ଅସନ୍ତୋଷ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କେବଳ ଅମର ନୁହନ୍ତି ବିଜେଡିରେ ଏହିପରି ଅନେକ ଭେଟରାନ ନେତା ବିଜେଡି ଠାରୁ ମୁହଁ ବୁଲାଉଛନ୍ତି। ନିକଟରେ ଭୁବନେଶ୍ୱର ବିଜେଡିରେ ଯେଉଁପରି ଅସନ୍ତୋଷର ନିଆଁ କୁହୁଳି ଥିଲା ତାହା ତ ଦାଣ୍ଡରେ ପଡି ହାଟରେ ଗଡୁଛି। ଏପରି ସ୍ଥିତିରେ ଦଳର ଶୀର୍ଷ ନେତୃତ୍ୱ ଏହି ନେତାଙ୍କୁ ମନାଇବା ପାଇଁ ଭରପୂର ଉଦ୍ୟମ କରୁଛନ୍ତି।

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ, ବିଜେଡିର ବଡ଼ ବଡ଼ ନେତାଙ୍କ ମଧ୍ୟରେ ଅସନ୍ତୋଷ ଥିଲେ ବି ତୃଣମୂଳ ସ୍ତରରେ ବିଜେଡିର ସଂଗଠନ ମଜବୁତ ରହିଛି। ହେଲେ ଯଦି ବିଜେଡି ବିରୋଧରେ ଏ ପ୍ରକାର ଗୋଷ୍ଠୀ କନ୍ଦଳ ଚର୍ଚ୍ଚା ଗଣମାଧ୍ୟମରେ ଲାଗି ରହେ ତେବେ ପଞ୍ଚାୟତସ୍ତରରେ ସଂଗଠନ ଦୋହଲି ଯିବାର ଆଶଙ୍କା ରହିଛି। ଏମିତି ସ୍ଥିତିରେ ଭାଜପା ମଧ୍ୟ ଫାଇଦା ଉଠାଇବାକୁ ଭରପୂର ଉଦ୍ୟମ କରୁଛି।

କିଛିଦିନ ହେବ ଅମର ଶତପଥୀ ବୁଲେଇ ବାଙ୍କେଇ କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିବାବେଳେ ନବୀନଙ୍କୁ ଉତ୍ତରଦାୟୀ କରିବାକୁ ଗଣମାଧ୍ୟମରେ ବିଷେଦାଗାର କରୁଛନ୍ତି। ଏହାରି ଭିତରେ ଅମରଙ୍କ ଘରେ ପୁଣି ଭାଜପାର ବଡ଼ ନେତା ରାମଚନ୍ଦ୍ର ପଣ୍ଡା ଆସିବା ବିଜେଡିର ଟେନସନ ଆହୁରି ବଢାଇଛି। ଯଦି ଏହିପରି ବିଜେଡି ଭିତରେ ଗୋଷ୍ଠୀ କନ୍ଦଳ ଲାଗିରହେ ତେବେ ଏତେବର୍ଷ ଧରି ଶାସନରେ ଥିବା ଗୋଟିଏ ଦଳ ଭାଙ୍ଗିଯିବାର ଖୁବ୍‌ ଆଶଙ୍କା ରହୁଛି। ଏବେ ପ୍ରଶ୍ନ ଉଠୁଛି ଅମରଙ୍କ ରାଜନୈତିକ ଗତିବିଧୀ। ଗତକାଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଅମରଙ୍କୁ ଦଳ ଛାଡି ଦେବା ପାଇଁ ସିଧା ସିଧା କହୁଥିବାବେଳେ ପ୍ରତି ଜବାବରେ ଅମରଙ୍କ ପ୍ରତିକ୍ରିୟା ଓଡ଼ିଶା ରାଜନୀତିକୁ ଆହୁରି ରୋଚକ କରାଇଛି। ଅମର କହିଛନ୍ତି, ‘ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ ମୁଁ ଦଳରେ ନାହିଁ। ମୁଁ ଏବେ ସ୍ବାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋର ସଭ୍ୟପଦ ନବୀକରଣ ବି କରିନି। କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି। ଲେନିନଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି। ମୋ ପୁତୁରା କେହି ଭାଜପାକୁ ଯାଇନାହାନ୍ତି, ଲେନିନ ଯଦି ଜାଣିଛନ୍ତି ନାଁ କହିଲେ ଭଲ ହେବ। ଭାଜପା ସହ ଅନେକ ଦଳ ଏବେ ବି ମୋ’ ସହ ଯୋଗାଯୋଗରେ ଅଛନ୍ତି। କିନ୍ତୁ ମୁଁ ଏବେ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି।’

ତେବେ ଏହି କଥାରୁ ପୁରା ସ୍ପଷ୍ଟ ହେଉଛି ଅମର ଆଉ ବିଜେଡିରେ ନାହାନ୍ତି। ବଡ଼ କଥା ହେଉଛି ଏବେ ଦେଖିବାକୁ ହେବ ଅମରଙ୍କ ପରି ଆଉ କେଉଁ କେଉଁ ବଡ଼ ନେତା ବିଜେଡିର ସଦସ୍ୟତା ପଦ ନବୀକରଣ କରି ନାହାନ୍ତି। ଯଦି ଏହିପରି ନେତାଙ୍କ ସଂଖ୍ୟା ଅଧିକ ହୁଏ ଭୟଙ୍କର ସ୍ଥିତି ଆସିବ ନିଶ୍ଚିତ।

ଅନ୍ୟପଟେ କୁହାଯାଉଛି ଆଗକୁ ପଞ୍ଚାୟତ ନିର୍ବାଚନ ଥିବାର ପ୍ରକାଶଙ୍କୁ ଆଣିବାକୁ ଭାଜପା ପ୍ଲାନ କରୁଛି। ଏହିକଥା ଆମେ ଏଥିପାଇଁ କହୁଛୁ କାରଣ ପ୍ରକାଶଙ୍କ ମୂଳ ନିର୍ବାଚନମଣ୍ଡଳୀ ହେଉଛି ସାଲେପୁର। ସେଠାରେ ପ୍ରକାଶଙ୍କ ଭଲ ସଂଗଠନ ବି ରହିଛି। ତେଣୁ ଭାଜପା ପ୍ରକାଶଙ୍କୁ ଦଳରେ ମିଶାଇ ସାଲେପୁର ଓ ଆଖପାଖ ନିର୍ବାଚନ ମଣ୍ଡଳୀର ବଡ଼ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଯାହା ତୃଣମୂଳ ସ୍ତରରେ ବିଜେଡିର ସଂଗଠନକୁ ଦୂର୍ବଳ କରିବାରେ ପ୍ରକାଶ ବଡ଼ ଦାୟିତ୍ୱ ନେଇପାରନ୍ତି। ସେହିପରି ଅନରୂପ ଭାବେ ଅମରଙ୍କୁ ଦଳରେ ମିଶାଇ ପଞ୍ଚାୟତସ୍ତରରେ ଭାଜପା ସଂଗଠନକୁ ଆହୁରି ମଜବୁତ କରିପାରେ ବୋଲି ରାଜନୈତିକ ସ୍ତରରେ ଚର୍ଚ୍ଚା ହେଉଛି। ତେବେ ଦେଖିବାକୁ ବାକି ରହିଲା ଓଡ଼ିଶା ରାଜନୀତିର ଗତି କେଉଁଆଡକୁ ଯାଉଛି। ବିଜେଡି ନିଜ ଗୋଷ୍ଠୀକନ୍ଦଳ ରୋକିବାକୁ ସକ୍ଷମ ହେବ ନା ଭାଜପା ଏହାର ଫାଇଦା ଉଠାଇବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ କଲରାପତରିଆ ବାଘ ମୃତ

ବରଗଡ଼,୧୫।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା-ଲଖନପୁର ରାସ୍ତାରୁ ମଙ୍ଗଳବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ବାଘର ମୃତଦେହକୁ...

ହତ୍ୟାକାରୀଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ: ମୃତଦେହ ରଖି ରାସ୍ତା ଅବରୋଧ, ପୋଲିସ ମୁତୟନ

ଘସିପୁରା/ରାମଚନ୍ଦ୍ରପୁର,୧୫।୧୦(ନିରଞ୍ଜନ ସାହୁ/ଗଣେଶ୍ୱର ସା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ପଣ୍ଡୁଆ ଛକରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ...

ଚଳିତବର୍ଷ ବାଲିଯାତ୍ରାରେ ଖୋଲିବ ୧୧ ଶହ ଦୋକାନ, ଜାଣନ୍ତୁ କିପରି କରିବେ ପଞ୍ଜିକରଣ

କଟକ,୧୫।୧୦: ପ୍ଲଟ ପଞ୍ଜୀକରଣ କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିନିମନ୍ତେ ପ୍ଲଟ୍ ଆବଣ୍ଟନ ପାଇଁ...

ଲଢ଼ିଲେ ଗନ୍‌ମ୍ୟାନ, ନିସ୍ତୁକ ମାଡ଼ ଖାଇ ବଞ୍ଚାଇଦେଲେ ୩୮ ଲକ୍ଷ ଟଙ୍କା, ଖସିଗଲେ ୨ ଲୁଟେରା

କେନ୍ଦୁଝର,୧୫।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ନିକଟରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ କାଉଣ୍ଟରରେ ଟଙ୍କା ଭରିବାକୁ ଯାଉଥିବା ଏକ ଭ୍ୟାନରୁ ଟଙ୍କା...

ଗଜପତିରେ ଅଭାବୀ ବର୍ଷା: ଧାନ ଅମଳ ହେବ କି ନାହିଁ ଆଶଙ୍କାରେ

ପାରଳାଖେମୁଣ୍ଡି,୧୫ା୧୦(ଗିରିଧାରୀ ପରିଛା): ଗଜପତି ଜିଲାରେ ଅଭାବୀ ବର୍ଷା ଯୋଗୁ ଚିନ୍ତାରେ ରହିଛନ୍ତି ଚାଷୀ। କ୍ଷେତରେ ଧାନ ଗର୍ଭରେ ଥିବା ବେଳେ ଆଉ କିଛି ଧାନ ଗଛ...

ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି: ଧାନ କିଣାବେଳେ ସିଲ୍‌ ହେବ ପଡ଼ୋଶୀ ରାଜ୍ୟ ସୀମା

ଭୁବନେଶ୍ୱର,୧୫।୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଖରିଫ୍‌ ଧାନ କିଣା ସଂକ୍ରାନ୍ତରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ଧାନ...

ଓଡ଼ିଶା ଛାଡ଼ିଲା ‘ମୌସୁମୀ’

ଭୁବନେଶ୍ୱର,୧୫।୧୦: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ବିଦାୟ ନେଇଛି। ୧୩ ତାରିଖରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବୁଧବାର ସୁଦ୍ଧା ଏହା...

ମୁଖ୍ୟମନ୍ତ୍ରୀ ଦେଲେ ସୂଚନା: ଏହି ଦିନ ଆସିବ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ୱର/କେନ୍ଦୁଝର,୧୫।୧୦: ‘ସୁଭଦ୍ରା ଯୋଜନା’କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌। ଏହାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି କେବେ ଆସିବ ସେନେଇ ମହିଳାମାନେ ଚାହିଁ ରହିଛନ୍ତି। ଏମିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri