Posted inଜାତୀୟ

କଂଗ୍ରେସର ନିକଟତର ହେଉଛନ୍ତି ନବୀନ-ରେଡ୍ଡୀ, ଏପଟେ ମୋଦିଙ୍କୁ ଭେଟିବେ ମମତା, ଜାତୀୟ ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୬।୭: ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ସଦସ୍ୟ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଯାହା ମେଣ୍ଟରେ ଫାଟ ହେବାନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୀତି ଆୟୋଗକୁ ବିରୋଧୀ ଦଳରେ ଥିବା ମୁଖ୍ୟମନ୍ତ୍ରୀ ବୟକଟ କରିଛନ୍ତି। କିନ୍ତୁ ମମତା ବାନାର୍ଜୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବୈଠକରେ ଯୋଗଦେବେ ବୋଲି ଜଣାପଡିଛି। ଯାହାକୁ ନେଇ ରାଜନୀତି ସରଗରମ ହୋଇଛି।
ନୀତି ଆୟୋଗ ବୈଠକକୁ ଇଣ୍ଡିଆ ଆଲାଏନ୍ସର ୫ ଜଣ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ବୟକଟ କରିଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସ ଶାସିତ ହିମାଚଳ, ତେଲେଙ୍ଗାନା ଓ କର୍ନାଟକ ଏବଂ ଡିଏମକେ ଶାସିତ ତାମିଲନାଡୁ ଏବଂ ଏଏପି ଶାସିତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅଛନ୍ତି। ଏହି ମୁଖ୍ୟମନ୍ତ୍ରୀମାନେ କହୁଛନ୍ତି ଯେ ବଜେଟରେ ଯେତେବେଳେ ଆମ ରାଜ୍ୟ ପାଇଁ କିଛି ଦିଆଯାଇନାହିଁ, ତେବେ ଆମେ କାହିଁକି ବୈଠକକୁ ଯିବୁ?

ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ବିରୋଧୀ ଇଣ୍ଡିଆ ମେଣ୍ଟର ଏକ ପ୍ରମୁଖ ସହଯୋଗୀ, ଯାହାର ଲୋକ ସଭାରେ ୩୦ ଏବଂ ରାଜ୍ୟ ସଭାରେ ୧୧ ଜଣ ଏମପି ଅଛନ୍ତି। କିନ୍ତୁ ଏବେ ସେଥିରେ ଫାଟ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଜୁଲାଇ ୨୭ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡିଛି। ସାମବାଦିକ ସମ୍ମିଳନୀ କରି ମମତା କହିଛନ୍ତି, ସେ ଏହି ବୈଠକରେ ଯୋଗ ଦେବା ସହ ବଜେଟକୁ ବିରୋଧ କରିବେ।

ନୀତି ଆୟୋଗ ବୈଠକ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୃଥକ ଭାବେ ମମତା ଭେଟିବାର କାର୍ଯ୍ୟକ୍ରମ ରହିଛି। ନୀତି ଆୟୋଗଙ୍କ ବୈଠକ ପୂର୍ବରୁ ଏହି ବୈଠକ ବସିପାରେ। ଯେତେବେଳେ କୋଲକାତାର ସାମ୍ବାଦିକମାନେ ମମତା ବାନାର୍ଜୀଙ୍କୁ ପଚାରିଥିଲେ ଯେ ସେ ଦିଲ୍ଲୀ ଗସ୍ତ ସମୟରେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିବେ କି? ଏହା ଉପରେ ମମତା କହିଛନ୍ତି ଯେ, ପ୍ରତିଥର ସମସ୍ତଙ୍କୁ ଭେଟିବାର ଆବଶ୍ୟକତା ନାହିଁ। ଶେଷ ଥର ପାଇଁ ୨୦୨୩ ଜୁଲାଇରେ ମମତା ବାନାର୍ଜୀ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ମମତା ବାନାର୍ଜୀଙ୍କ କୌଣସି ପ୍ରସ୍ତାବିତ ବୈଠକ ଏପର୍ଯ୍ୟନ୍ତ ହୋଇନାହିଁ। ନିକଟରେ ଲୋକ ସଭା ନିର୍ବାଚନ ପରେ କଂଗ୍ରେସ ଅଧ୍ୟକ୍ଷଙ୍କ ଦ୍ୱାରା ଡକାଯାଇଥିବା ଇଣ୍ଡିଆ ଆଲାଏନ୍ସର ବୈଠକରେ ମଧ୍ୟ ମମତା ଯୋଗ ଦେଇନଥିଲେ।

କହିରଖୁଛୁ କି, ମମତା ଲୋକ ସଭା ନିର୍ବାଚନ ପରଠାରୁ କଂଗ୍ରେସ ଉପରେ ରାଗିଯାଇଛନ୍ତି। ମମତା ପ୍ରଥମେ ଭାରତୀୟ ମେଣ୍ଟର ଜଣେ ସକ୍ରିୟ ସଦସ୍ୟ ଥିଲେ, କିନ୍ତୁ ନିର୍ବାଚନର ବିଗୁଲ ବାଜିବା ମାତ୍ରେ ସେ ନିଜ ରାଜ୍ୟରେ ଏକଲା ଚଲୋ ନାରା ଦେଇଥିଲେ।

ମମତାଙ୍କ ବ୍ୟତୀତ ଆମେ ଆଜଣଙ୍କର ଉଦାହରଣ ଦେବାକୁ ଚାହୁଁଛୁ। ଏକଦା ଭାଜପା ସହ ଘନିଷ୍ଠ ବନ୍ଧୁତା ବଜାୟ ରଖିଥିବା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ସିଏମ ଜଗନମୋହନ ରେଡ୍ଡୀ ବର୍ତ୍ତମାନ ଦୂର ସମ୍ପର୍କୀୟ ବନ୍ଧୁ ପାଲଟି ଯାଇଛନ୍ତି। ଏନଡିଏ ଆଉ ଦୁଇଜଣଙ୍କୁ ନିଜ ଘନିଷ୍ଠ ଭାବେ ଦଳରେ ସ୍ଥାନିତ କରିଛନ୍ତି। ସେମାନେ ହେଲେ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାର। ବର୍ତ୍ତମାନ ଉଭୟ ପଟ୍ଟନାୟକ ଏବଂ ରେଡ୍ଡୀଙ୍କୁ ଆକ୍ରକଣାତ୍ମକ ଭୂମିକାରେ ଦେଖିବାକୁ ମିଳୁଛୁ। ବିଜେଡି ରାଜ୍ୟ ସଭାରେ ଜୋରଦାର ଗର୍ଜୁଥିବାବେଳେ ଅର୍ତମନ୍ତ୍ରୀ ସୀତାରମଣ ବଜେଟ୍‌ ଉପସ୍ଥାପନ କରୁଥିବାବେଳେ ଗୃହରୁ ବ୍ୟାକ୍‌ଆଉଟ୍‌ କରୁଥିବାର ଦେଖିବାକୁ ମିଳିଥିଲା। ସେହିପରି ରେଡ୍ଡୀ ରାଜ୍ୟ ସରକାର ନାଇଡୁଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରେଡ୍‌ଡୀ ବୁଧବାର ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଉଭୟ ଇଣ୍ଡିଆ ମେଣ୍ଟରେ କିମ୍ବା କଂଗ୍ରେସକୁ ପରୋକ୍ଷରେ ସମର୍ଥନ କରୁଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri