ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ପ୍ରଦୀପ ମାଝି କଂଗ୍ରେସ ଛାଡ଼ିବା ପରେ ଜଟଣୀ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ତାଙ୍କୁ ବିଜେଡିରେ ମିଶିବାକୁ ଅଫର ଆସିଥିଲା। ହେଲେ ଏବେ ନୁହେଁ, ୧୯ ବର୍ଷ ତଳେ। ଘରକୁ ଡାକି ବିଜେଡିରେ ମିଶିବାକୁ ତାଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଫର ଦେଇଥିଲେ। ଜଟଣୀ କିମ୍ବା ଭୁବନେଶ୍ୱର, ଯେଉଁଠାରୁ ସେ ଚାହିଁବେ ଲିଢ଼ିପାରିବେ ବୋଲି ତାଙ୍କୁ କୁହାଯାଇଥିଲା। ତେବେ ଏହାର ଉତ୍ତରରେ ସେ କହିଥିଲେ, ସେ ମରିବା ଯାଏ କଂଗ୍ରେସରେ ରହିବେ। ପରେ ନବୀନ ତାଙ୍କୁ ଥାଙ୍କ ୟୁ କହିଥିଲେ। ସେହିଭଳି କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝିଙ୍କ ଉପରେ ସୁର ବର୍ଷିଛନ୍ତି । ସେ କହିଛନ୍ତି, ଯାହାର ପାୱାର ଓ ମନି ଦରକାର, ସେ ଗୋଟିଏ ଦଳରେ ସ୍ଥିର ରହେ ନାହିଁ। ନିଜ ସ୍ବାର୍ଥ ପାଇଁ ଦଳ ଛାଡ଼ିଛନ୍ତି ପ୍ରଦୀପ। ସେ ଧୋକାବାଜ କାମ କରିଛନ୍ତି। ତାଙ୍କ ଇସ୍ତଫାର ପ୍ରଭାବ ଦଳ ଉପରେ ପଡ଼ିବ ନାହିଁ।