ଭୁବନେଶ୍ୱର,୨୨ା୪: ରାଜ୍ୟରେ ସାଧାରଣ ନିର୍ବାଚନକୁ ନେଇ ରାଜନୀତି ବେଶ୍ ସରଗରମ ଥିବା ବେଳେ ଭୋଟରଙ୍କୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିବା ରାଜ୍ୟ ରାଜନୀତିକୁ ଆଉ ଟିକେ ସରଗରମ କରିଦେଇଛି। ନବୀନ ଦୁଇଟି ହାତରେ ଦୁଇଟି ଶଙ୍ଖ ଚିହ୍ନ ଧରିଛନ୍ତି।
ଖାଲି ଧରି ନାହାନ୍ତି ନବୀନ କହୁଛନ୍ତି, ଏଥର ଯୋଡ଼ି ଶଙ୍ଖ। ଡାହାଣ ହାତରେ ଧରିଥିବା ଶଙ୍ଖ ଦେଖାଇ କହୁଛନ୍ତି ଏମ୍ଏଲ୍ ପାଇଁ ଏବଂ ବାମ ହାତରେ ଥିବା ଶଙ୍ଖ ଦେଖାଇ କହୁଛନ୍ତି ଏହା ଏମ୍ପି ପାଇଁ। ନବୀନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।