ଶାହାଙ୍କ ସହ କଥା ହେଲେ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୨(ବ୍ୟୁରୋ): ୟୁକ୍ରେନରେ ଫସି ରହିଥିବା ଓଡ଼ିଆମାନଙ୍କୁ ଉଦ୍ଧାର  ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ର ଓ ଶ୍ରମିକଙ୍କୁ ଉଦ୍ଧାର  ପାଇଁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ଶାହା ଆଶ୍ୱାସନା ଦେଇଛନ୍ତି । ସେ କହିଛନ୍ତି, ଭାରତ ସରକାର ୟୁକ୍ରେନ ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି। ଶୀଘ୍ର ୟୁକ୍ରେନରୁ ଛାତ୍ର, ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରାଯାଉଛି।

ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ ମଧ୍ୟରେ ଦୁଇଦିନ ହେବ ଯୁଦ୍ଧ ଜାରି ରହିଛି। ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦ୍‌ମିର ପୁଟିନ ଯୁଦ୍ଧ ନେଇ ଘୋଷଣା କରିଥିଲେ। ତିନିପଟୁ ୟୁକ୍ରେନକୁ ଘେରି ରୁଷିଆ ଆକ୍ରମଣ କରୁଛି। ୟୁକ୍ରେନ ରାଜଧାନୀ କ୍ୱିଭ୍‌ ସହ ବିଭିନ୍ନ ସହରରେ କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷିଆ। ଏହି ଯୁଦ୍ଧ ସମୟରେ ୧୬ ହଜାର ଭାରତୀୟ ନାଗରିକ ୟୁକ୍ରେନରେ ଫସି ରହିଛନ୍ତି ।

Share