ରେକର୍ଡ ଠାରୁ ୭୪ ଦିନ ଦୂରରେ ରହିଗଲେ ନବୀନ

ଭୁବନେଶ୍ୱର,୪।୬: ୨୫ବର୍ଷ ପରେ ଓଡ଼ିଶାରେ ଭୁଶୁଡିଛି ନବୀନ ଦୁର୍ଗ। ପ୍ରଥମ ଥର ପାଇଁ ରାଜନୀତିରେ ପରାଜୟର ସାମ୍ନା କରିଛନ୍ତି ନବୀନ ପଟ୍ଟନାୟକ। ଏଥିସହ ସେ ପାଲଟି ଯାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ। ଭାରତର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ନବୀନ ଆଉ କେଇଟା ଦିନ ପରେ ଦେଶର ଦୀର୍ଘତମ କ୍ଷମତାରେ ରହିଥିବା ମୁଖ୍ୟମନ୍ତ୍ରୀ ହୋଇଥା’ନ୍ତେ।

ପଓ୍ବନ କୁମାର ଚାମଲେଙ୍ଗି ୨୪ବର୍ଷ ୧୬୫ଦିନ ସହିତ ଦେଶର ଦୀର୍ଘତମ ମୁଖ୍ୟମନ୍ତ୍ରୀରହିଥିବାବେଳେ ନବୀନ ପଟ୍ଟନାୟକ ୨୪ ବର୍ଷ ୯୧ଦିନ କ୍ଷମତାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେବେ ଆଉ ୭୪ଦିନ କ୍ଷମତାରେ ରହିଥିଲେ ନବୀନ ଦେଶର ଦୀର୍ଘତମ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ।

Share